29.1 C
Bhubaneswar
Saturday, May 18, 2024
Homeଖେଳ୨୦ ବର୍ଷୀୟ କ୍ରିକେଟର୍‌ଙ୍କ ଅଚାନକ ମୃତ୍ୟୁ

୨୦ ବର୍ଷୀୟ କ୍ରିକେଟର୍‌ଙ୍କ ଅଚାନକ ମୃତ୍ୟୁ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ପାଇଁ ଏକ ହୃଦୟ ବିଦାରକ ଖବର । ମାତ୍ର ୨୦ ବର୍ଷ ବୟସରେ ଜଣେ ପ୍ରତିଭାଶାଳୀ କ୍ରିକେଟର୍ ଜୋଶ୍ ବେକର୍‌ଙ୍କ ଗୁରୁବାର ଅଚାନକ ମୃତ୍ୟୁ ଘଟିଛି । ତାଙ୍କ କ୍ଲବ୍ ୱର୍ସେଷ୍ଟର୍ କ୍ରିକେଟ୍ କ୍ଲବ୍ ଏହି ସୂଚନା ଦେଇଛି । ଜୋଶ୍ ଜଣେ ବାମହାତୀ ସ୍ପିନର୍ ଥିଲେ । ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ମେ ୧ ତାରିଖରେ ଏକ ମ୍ୟାଚ୍‌ରେ ଜୋଶ୍ ୩ଟି ୱିକେଟ୍ ନେଇଥିଲେ । ଇଂଲଣ୍ଡ କ୍ରିକେଟ୍ ବୋର୍ଡ ସିଇଓ ଆସ୍‌ଲେ ଜାଇଲ୍ସ କହିଛନ୍ତି, ‘ଜୋଶ୍‌ଙ୍କ ନିଧନରେ କ୍ରିକେଟ୍ ଜଗତ ସ୍ତବ୍ଧ । ତାଙ୍କ ନିଧନ ଖବର ଆମକୁ ବିଚଳିତ କରିଦେଇଛି । ସେ ଆମ କ୍ରିକେଟ୍ ପରିବାରର ଏକ ଅଭିନ୍ନ ଅଙ୍ଗ ଥିଲେ ।’ ୨୦୨୧ରେ ଜୋଶ୍ ବେକର୍ ମାତ୍ର ୧୭ ବର୍ଷ ବୟସରେ ୱର୍ସେଷ୍ଟରଶାୟର୍ କ୍ଲବ୍ ସହ ପ୍ରଥମ ଚୁକ୍ତି ସ୍ୱାକ୍ଷରିତ କରିଥିଲେ ।

ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୪୩ ୱିକେଟ୍ ଏବଂ ହ୍ୱାଇଟ୍ ବଲ୍ ମ୍ୟାଚ୍ (ଲିଷ୍ଟ-ଏ ଏବଂ ଟି-୨୦)ରେ ୨୭ ୱିକେଟ୍ ହାସଲ କରିଛନ୍ତି । ଜୋଶ୍ ବେକର୍ ଜଣେ ଉଦୀୟମାନ ଅଲ୍‌ରାଉଣ୍ଡର୍ ମଧ୍ୟ ଥିଲେ । ୨୦୨୩ ଜୁଲାଇରେ ସେ ଗ୍ଲୁସେଷ୍ଟର୍‌ଶାୟର ବିପକ୍ଷରେ କ୍ୟାରିୟର୍‌ର ସର୍ବଶ୍ରେଷ୍ଠ ୭୫ ରନ୍‌ର ଇନିଂସ୍ ଖେଳିଥିଲେ ଏବଂ ଦୁଉଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ । ସେ ୧୯ ବର୍ଷରୁ କମ୍ ଟିମ୍‌ରେ ମଧ୍ୟ ଇଂଲଣ୍ଡର ପ୍ରତିନିଧିତ୍ୱ କରିଛନ୍ତି । ଜୋଶ୍‌ଙ୍କ ଗୋଟିଏ ଓଭର୍‌ରେ ଇଂଲଣ୍ଡ ଟେଷ୍ଟ୍ କ୍ୟାପ୍‌ଟେନ୍ ବେନ୍ ଷ୍ଟୋକ୍ସ ୩୪ ରନ୍ କରିବା ପରେ ୨୦୨୨ରେ ସେ ଚର୍ଚ୍ଚାକୁ ଆସିଥିଲେ । ଷ୍ଟୋକ୍ସ ତାଙ୍କ ଓଭର୍‌ରେ ପାଞ୍ଚ ଛକା ଓ ଗୋଟିଏ ଚୌକା ମାରିଥିଲେ । ଅବଶ୍ୟ ପରେ ଷ୍ଟୋକ୍ସ ହ୍ୱାଟ୍ସଆପ୍ ମେସେଜ୍ ପଠାଇ ଜୋଶ୍‌ଙ୍କ ସାହସ ବଢ଼ାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking