34.1 C
Bhubaneswar
Saturday, May 18, 2024
Homeଖେଳ୨୨ ବର୍ଷରୁ କମ୍ ଓ ଯୁବ ଏସିଆନ୍ ବକ୍ସିଂ; ଫାଇନାଲ୍‌ରେ ସାତ ଭାରତୀୟ ବକ୍ସର୍‌

୨୨ ବର୍ଷରୁ କମ୍ ଓ ଯୁବ ଏସିଆନ୍ ବକ୍ସିଂ; ଫାଇନାଲ୍‌ରେ ସାତ ଭାରତୀୟ ବକ୍ସର୍‌

ନୂଆଦିଲ୍ଲୀ: ବ୍ରିଜେଶ୍ ଟମ୍‌ଟା ଏବଂ ଆର୍ଯ୍ୟନ୍‌ଙ୍କ ସମେତ ସାତ ଭାରତୀୟ ବକ୍ସର୍ ଶୁକ୍ରବାର କଜାଖ୍‌ସ୍ତାନର ଅସ୍ତାନାରେ ଅନୁଷ୍ଠିତ ଏଏସ୍‌ବିସି ୨୨ ବର୍ଷରୁ କମ୍ ଏବଂ ଯୁବ ବକ୍ସିଂ ଚାମ୍ପିଅନ୍‌ଶିପ୍‌ର ପୁରୁଷ ଯୁବ ବର୍ଗ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ବ୍ରିଜେଶ ୪୮ କେଜି ବର୍ଗରେ ମଙ୍ଗୋଲିଆର ଟାଲାଇବେକ୍ ଇଆସୁର୍‌ଙ୍କୁ ୫-୦ରେ ହରାଇ ଭାରତ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ରାହୁଲ କୁଣ୍ଡୁ (୭୫ କେଜି) ଓ ଆର୍ଯ୍ୟନ୍ (୯୨ କେଜି) ଜୋର୍‌ଦାର ପ୍ରଦର୍ଶନ କରି ଯଥାକ୍ରମେ ଚୀନ୍‌ର କାଞ୍ଜିଏବାୟି ଇର୍‌ସି ଓ କିର୍ଗିଜସ୍ତାନର ଅଲିବାଏଭ୍ ତିନିସ୍ତାନଙ୍କୁ ସର୍ବସମ୍ମତ ନିଷ୍ପତ୍ତିରେ ହରାଇଥିଲେ ।

୬୦ କେଜି ବର୍ଗରେ ସାଗର ଜାଖର୍ ଆର୍‌ଏସ୍‌ସିରେ କିର୍ଗିଜ୍‌ସ୍ତାନର ସାଦିରୋଭ୍ ଦିଲେରବେକ୍‌ଙ୍କୁ ହରାଇଥିଲେ । ଏହା ସହିତ ଆର୍ଯ୍ୟନ୍ (୫୧ କେଜି), ଯଶ୍‌ବର୍ଦ୍ଧନ ସିଂହ (୬୩ କେଜି) ଏବଂ ପ୍ରିୟାଂଶୁ (୭୧ କେଜି) ସ୍ପ୍ଲିଟ୍ ନିଷ୍ପତ୍ତିରେ ବିଜୟୀ ହୋଇଥିଲେ । ତେବେ ସୁମିତ୍ (୬୩ କେଜ) ଓ ସାହିଲ୍ (୮୦ କେଜି) ପରାଜିତ ହୋଇ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏହି ସ୍ମରଣୀୟ ପ୍ରଦର୍ଶନ ବଳରେ ଭାରତୀୟ ଯୁବ ବକ୍ସର୍‌ମାନେ ମହିଳା ବିଭାଗରେ ୧୨ ସମେତ ମୋଟ ୨୨ ପଦକ ନିଶ୍ଚିତ କରିଛନ୍ତି । ଗୁରୁବାର ରାତିରେ ଧ୍ରୁବ ସିଂହ (୮୦ କେଜି), ଗୁଡ୍ଡି (୪୮ କେଜି) ଏବଂ ପୂନମ (୫୭ କେଜି) ୨୨ ବର୍ଷରୁ କମ୍ ବର୍ଗର ସେମିଫାଇନାଲ୍‌ରେ ପ୍ରବେଶ କରିଥିଲେ । ଶନିବାର ପ୍ରୀତି (୫୪ କେଜି) ଓ ଯୁବ ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥ ସୁରେଶ (୪୮ କେଜି) ୨୨ ବର୍ଷରୁ କମ୍ ବର୍ଗର ସେମିଫାଇନାଲ୍ ମ୍ୟାଚ୍ ଖେଳିବେ । ଯୁବ ଏବଂ ୨୨ ବର୍ଷରୁ କମ୍ ବର୍ଗର ଫାଇନାଲ୍ ଯଥାକ୍ରମେ ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking