27.1 C
Bhubaneswar
Saturday, July 27, 2024
Homeଖେଳଇଟାଲିଆନ୍ ଓପନ୍‌; ସିତ୍‌ସିପାସ୍‌ଙ୍କୁ ହରାଇ ସେମିରେ ନିକୋଲାସ୍ ଜାରୀ

ଇଟାଲିଆନ୍ ଓପନ୍‌; ସିତ୍‌ସିପାସ୍‌ଙ୍କୁ ହରାଇ ସେମିରେ ନିକୋଲାସ୍ ଜାରୀ

ରୋମ୍‌: ଚିଲି ଟେନିସ୍ ଷ୍ଟାର୍ ନିକୋଲାସ୍ ଜାରୀ ଗୁରୁବାର ଇଟାଲିଆନ୍ ଓପନ୍‌ରେ ବିପର୍ଯ୍ୟୟ ଘଟାଇଛନ୍ତି । ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ୨୧ତମ ସିଡ୍ ଜାରୀ ବିଶ୍ୱ ନଂ.୮ ଗ୍ରୀସ୍‌ର ଷ୍ଟିଫାନୋସ୍ ସିତ୍‌ସିପାସ୍‌ଙ୍କୁ ୩-୬, ୭-୫, ୬-୪ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶୁକ୍ରବାର ନିଜର ପ୍ରଥମ ଏଟିପି ମାଷ୍ଟର୍ସ ୧୦୦୦ ସେମିଫାଇନାଲ୍‌ରେ ଜାରୀ ଶୁକ୍ରବାର ୧୪ଶ ସିଡ୍ ଆମେରିକାର ଟମି ପଲ୍‌ଙ୍କୁ ଭେଟିବେ । କ୍ଲେ କୋର୍ଟରେ ଚମତ୍କାର ପ୍ରଦର୍ଶନ କରୁଥିବା ଟମି ପଲ୍ ନବମ ର‌୍ୟାଙ୍କ୍‌ର ହୁବର୍ଟ ହୁର୍କକାଜ୍‌ଙ୍କୁ ୭-୫, ୩-୬, ୬-୩ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ସେ ଡିଫେଣ୍ଡିଂ ଚାମ୍ପିଅନ୍ ଡାନିଲ୍ ମେଡ୍‌ଭେଡେଭ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଅନ୍ୟତମ ଚିଲି ଖେଳାଳି ଆଲେଜାଣ୍ଡ୍ରୋ ତାବିଲୋ ଅନ୍ୟ ସେମିଫାଇନାଲ୍‌ରେ ତୃତୀୟ ସିଡ୍ ଜର୍ମାନୀର ଆଲେକ୍‌ଜାଣ୍ଡର ଜ୍ୱେରେଭ୍‌ଙ୍କୁ ଭେଟିବ । ଦୁଇ ଚିଲି ଖେଳାଳିଙ୍କ ଏହା ପ୍ରଥମ ଏଟିପି ୧୦୦୦ ମାଷ୍ଟର୍ସ ଇଭେଣ୍ଟ୍ ସେମିଫାଇନାଲ୍ ହେବ । ଅନ୍ୟପକ୍ଷରେ ମହିଳା ସିଙ୍ଗଲ୍ସ ବିଶ୍ୱର ନଂ. ୧ ଇଗା ସ୍ୱିଆଟେକ୍ ଏବଂ ନଂ.୨ ଆରିନା ସାବାଲେଙ୍କାଙ୍କ ମଧ୍ୟରେ ହେବ । ସେମିଫାଇନାଲ୍‌ରେ ସ୍ୱିଆଟେକ୍ ଆମେରିକାର ଡାନିଲ୍ କଲିନ୍ସକୁ ୭-୫, ୬-୨ରେ ଏବଂ ସାବାଲେଙ୍କା ଜେଲେନା ଓସ୍ତାପେଙ୍କାକୁ ୬-୨, ୬-୪ରେ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking