ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶନିବାର ମଧ୍ୟାହ୍ନ ସୁଦ୍ଧା ସହରୱାରୀ ଓ ପରୀକ୍ଷା ସେଣ୍ଟରୱାରୀ ନିଟ୍-ୟୁଜି ରେଜଲ୍ଟ ପ୍ରକାଶ କରିଛି ଏନ୍ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) । ଛାତ୍ରଛାତ୍ରୀଙ୍କ ନାମକୁ ଗୋପନ ରଖି ନିଜ ୱେବସାଇଟ୍ ଷଗ୍ଧଗ୍ଧକ୍ଟ୍ରଗ୍ଦ://ରଙ୍ଘବଜ୍ଞଗ୍ଦ.
ଜୁନ ୪ରେ ସର୍ବଭାରତୀୟସ୍ତରରେ ନିଟ୍-ୟୁଜି ରେଜଲ୍ଟ ପ୍ରକାଶ ପାଇଥିଲା । ତେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ପରେ ସୁପ୍ରିମକୋର୍ଟ ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ଓ ସେଣ୍ଟରୱାରୀ ପରୀକ୍ଷା ଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ଏହାପରେ ମଧ୍ୟ ଯଦି ବହୁମାତ୍ରାରେ ଅନିୟମିତତା ହୋଇଥିବା ଜଣାପଡ଼ିବ ତେବେ ପୁଣି ଥରେ ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସେହିପରି ଆସନ୍ତା ୨୨ତାରିଖରେ ମଧ୍ୟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
ଦେଶର ସରକାରୀ ଓ ଘରୋଇ ମେଡିକାଲ କଲେଜ୍ରେ ଏମ୍ବିବିଏସ୍ ଡିଗ୍ରୀରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ନିଟ୍-ୟୁଜି ପରୀକ୍ଷା (ମେଡିକାଲ ପ୍ରବେଶିକା ପରୀକ୍ଷା) ଗତ ମେ ୫ରେ ବିଦେଶରେ ୧୪ଟି ଓ ଦେଶରେ ୫୭୧ଟି ସହରର ମୋଟ୍ ୪,୭୫୦ କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାୟ ୨୪ ଲକ୍ଷ (୨୩ ଲକ୍ଷ ୩୩ ହଜାରରୁ ଅଧିକ) ଛାତ୍ରଛାତ୍ରୀ ପିଲା ଭାଗ ନେଇଥିଲେ । ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା । ଫଳାଫଳ ଘୋଷଣା ହେବା ପରେ କିଛି ପରୀକ୍ଷାର୍ଥୀଙ୍କୁ ଗ୍ରେସମାର୍କ ଦିଆଯିବା, ୬୭ରୁ ଅଧିକ ପିଲା ପୂର୍ଣ୍ଣ ମାର୍କ (୭୨୦/୭୨୦) ରେ ପାସ୍ ହେବାକୁ ନେଇ ବିବାଦ ତେଜିଥିଲା । ପରେ ଏହି ଘଟଣାରେ ବିହାରରୁ ସର୍ବପ୍ରଥମେ ମାମଲା ରୁଜୁ ହୋଇଥିଲା ଏବଂ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଜଣାପଡିଥିଲା । ବିହାର ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଅନିୟମିିତତା ଏବଂ ପ୍ରଶ୍ନପତ୍ର ଲିକ୍ ସମ୍ପର୍କୀତ ଚେର ମହାରାଷ୍ଟ୍ର, ଝାଡଖଣ୍ଡ, ଗୁଜରାଟ, ଦିଲ୍ଲୀ ଯାଏ ଲମ୍ବିଥିବା ଜଣାପଡିଥିଲ । ପରେ ଏହି ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନିଟ୍-ୟୁଜି ଅନିୟମିତତା ମାମଲାରେ ପ୍ରାୟ ୬୨ରୁ ଅଧିକ ଲୋକ ଗିରଫ ହୋଇସାରିଛନ୍ତି । ଅନ୍ୟପକ୍ଷେ ଦେଶର ବିଭିନ୍ନ ପ୍ରାନ୍ତରେ ରୁଜୁ ହୋଇଥିବା ଏସମ୍ପର୍କୀତ ମାମଲାସବୁ ଏବେ ସୁପ୍ରିମକୋର୍ଟରେ ପହଞ୍ôଚଛି । ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।