39.6 C
Bhubaneswar
Thursday, June 11, 2026
Homeଓଡିଶାକ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୧୧ ହଜାର ୪୪୨ ଜଣଙ୍କୁ ସ୍ଥାନାନ୍ତର

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ୧୧ ହଜାର ୪୪୨ ଜଣଙ୍କୁ ସ୍ଥାନାନ୍ତର

ବାଲେଶ୍ୱର: ମିସାଇଲ ପରୀକ୍ଷଣ ପାଇଁ ସ୍ଥାନୀୟ ଅଞ୍ଚଳରେ ସ୍ଥାନାନ୍ତରଣ କରାଯାଇଛି। ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ମିସାଇଲ ପରୀକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଏହି ପରୀକ୍ଷଣ ସମୟରେ ଲଞ୍ଚ ପ୍ୟାଡ୍-୩ ରୁ ୩.୫ କିଲୋମିଟର ପରିଧି ମଧ୍ୟରେ ରହୁଥିବା ସ୍ଥାନୀୟ ବାସିନ୍ଦା ଓ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ଅସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ପ୍ରଶାସନ ପକ୍ଷରୁ ସମସ୍ତ ନିୟୋଜିତ ଅଧିକାରୀଙ୍କୁ ସେମାନଙ୍କର ଦାୟିତ୍ୱ ବଣ୍ଟନ କରିଦିଆଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କୁ ଖାଦ୍ୟପେୟର ସୁବିଧା କରାଯିବା ସହ, ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହୋଇଥିଲେ। ଅନ୍ୟପଟେ ଲୋକମାନଙ୍କୁ ପ୍ରଶାସନିକ ସ୍ତରରେ ସହାୟତା ରାଶି ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ। ବୁଧବାର ଦୁଇ ରାଉଣ୍ଡ ମିସାଇଲ ପରୀକ୍ଷଣ କରାଯାଇଥିବା ବେଳେ ଗୁରୁବାର  ମଧ୍ୟ ମିସାଇଲ ପରୀକ୍ଷଣ କରାଯିବା ନେଇ ସୂଚନା ରହିଛି। ସମ୍ପୃକ୍ତ ଅଞ୍ଚଳର ପ୍ରାୟ ୧୧,୪୪୨ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ୪ଟି ଅସ୍ଥାୟୀ ଶିବିର ଆୟୋଜନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking