28.9 C
Bhubaneswar
Thursday, June 18, 2026
Homeଓଡିଶାମଧୁପୁର ଗ୍ରାମବାସୀ-ପୁଲିସ ମୁହାଁମୁହିଁ ଘଟଣା, ୩୩ ଗିରଫ

ମଧୁପୁର ଗ୍ରାମବାସୀ-ପୁଲିସ ମୁହାଁମୁହିଁ ଘଟଣା, ୩୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମଧୁପୁର ଗାଁରେ ଜମି ପାଇଁ ଗଣ୍ଡଗୋଳ ଓ ରାସ୍ତାରୋକ କରିଥିବାରେ ପୁଲିସଙ୍କୁ ଆକ୍ରମଣ କରିବା ଅଭିଯୋଗରେ ୩୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦକା ଥାନା ପୁଲିସ । ଗତକାଲି ବିଳମ୍ୱିତ ରାତିରେ ଗାଁରେ ପହଁଚି ୨୭ ଜଣ ପୁରୁଷ ୬ ମହିଳାଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୁଲିସ । ସୂଚନା ଅନୁଯାୟୀ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କ ରାସ୍ତା କବଜାକୁ ନେଇ ଗ୍ରାମବାସୀ ଧାରଣା ଦେଇଥିଲେ । ଗାଁ ଲୋକଙ୍କ ଅଭିଯୋଗ ବିଲଡର ସଂସ୍ଥା ଜୋର ଜବରଦସ୍ତ ଗାଁ ରାସ୍ତାକୁ କବଜ୍ଜା କରିନେଇଛି । ଲୋକଙ୍କ ଅଭିଯୋଗ ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ନିଜ ଫାଇଦା ପାଇଁ ଜବରଦଖଲ କରିଛନ୍ତି । ଏପରିକି ଗାଁର ଯାତ୍ରା ପଡିଆ ଚାରିପଟରେ ବାଡ ବୁଲିଛି । ଏହି ଜାଗାକୁ ଫେରାଇ ଆଣିବାକୁ ଯାଇ, ଗତ ୧୦ ତାରିଖରେ ମଧୁପୁର ଗ୍ରାମର ଲୋକେ ଗେଲି ପରିଡା ଓ ପଞ୍ଚୁ ଦେଉରୀଙ୍କ ନେତୃତ୍ୱରେ ରାସ୍ତା ଅବରୋଧ କରିବା ସହ ସେଠାରେ କାର୍ଯ୍ୟରତ୍ତ ଶ୍ରମିକମାନଙ୍କୁ ଆକ୍ରମଣ କରିଥିଲେ । ଖବର ପାଇବା ପରେ ଯେତେବେଳେ ପୁଲିସ ସେଠାରେ ପହଞ୍ଚି ସ୍ଥିତିକୁ ଆୟତ କରିବାରୁ ଉଦ୍ୟାମ କରିଥିଲେ ସେଠାରେ ଉପସ୍ତିତ ଥିବା ଗ୍ରାମ ବାସି ପୁଲିସଙ୍କୁ ଲୁହା ରଡ, ଠେଙ୍ଗା ବାଡି, କୋରାଡି ଭଳି ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିବା ସହ ପୁଲିସ ଭ୍ୟାନ ଏବଂ ବିଭିନ୍ନ ସରକାରୀ ସମ୍ପତ୍ତି ଭଙ୍ଗା ରୁଜା କରିଥିଲେ । ଯାହାକୁ ନେଇ ପୁଲିସ ଶୁକ୍ରବାର ରାତିରେ ଘର ଘର ବୁଲି ୪୦ରୁ ଅଧିକ ମହିଳା ଓ ପୁରୁଷଙ୍କୁ ଥାନାକୁ ଉଠାଇ ନେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking