28.9 C
Bhubaneswar
Friday, May 16, 2025
Homeଖେଳଗମ୍ଭୀର ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ଗମ୍ଭୀର ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେବ । ଫଳରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଟିମ୍‌ର ପରବର୍ତ୍ତୀ ମୁଖ୍ୟ କୋଚ୍ ସନ୍ଧାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏଥିପାଇଁ ବୋର୍ଡ ଗତ ୧୩ ତାରିଖରେ ବିଜ୍ଞାପନ ଦେଇ ଆବେଦନ ଆମନ୍ତ୍ରିତ କରିଛି । ମେ ୨୭ ଆବେଦନର ଶେଷ ତାରିଖ ରହିଛି । ଇତିମଧ୍ୟରେ ବୋର୍ଡ ଏହି ପଦ ପାଇଁ ପୂର୍ବତନ ଭାରତୀୟ ବ୍ୟାଟର୍ ଗୌତମ ଗମ୍ଭୀଙ୍କ ସହିତ ସମ୍ପର୍କ କରିଛି । ଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋ ଅନୁସାରେ ଗମ୍ଭୀର ଟିମ୍‌ର ମୁଖ୍ୟ କୋଚ୍ ହେବାକୁ ଚାହାନ୍ତି କି ନାହିଁ, ସେ ସମ୍ପର୍କରେ ଜାଣିବା ପାଇଁ ବିସିସିଆଇ ତାଙ୍କ ସହିତ ସମ୍ପର୍କ କରିଛି । ତେବେ ଆଇପିଏଲ୍ ୨୦୨୪ ସିଜନ୍ ଶେଷ ହେବାପରେ ପରବର୍ତ୍ତୀ ଆଲୋଚନା ହେବାର ସମ୍ଭାବନା ରହିଛି । ଚଳିତ ସିଜନ୍‌ରେ ଗମ୍ଭୀର କେକେଆର୍‌ର ମେଣ୍ଟର୍ ଅଛନ୍ତି । ତାଙ୍କ ଟିମ୍ ପଏଣ୍ଟ ଟେବୁଲ୍ ଶୀର୍ଷରେ ରହି ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି ।
୪୨ ବର୍ଷୀୟ ଗମ୍ଭୀରଙ୍କ ଅନ୍ତର୍ଜାତୀୟ କିମ୍ବା ଘରୋଇ ସ୍ତରରେ କୋଚିଂର କୌଣସି ଅନୁଭବ ନାହିଁ । ସେ ଦୁଇଟି ଆଇପିଏଲ୍ ଫ୍ରାଞ୍ଚାଇଜିରେ କୋଚିଂ ଷ୍ଟାଫ୍‌ର ଇନ୍‌ଚାର୍ଜ ରହିଛନ୍ତି । ଆଇପିଏଲ୍ ୨୦୨୨ ଓ ୨୦୨୩ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସର ମେଣ୍ଟର୍ ଥିଲେ । ଚଳିତ ସିଜନ୍‌ରେ ସେ କେକେଆର୍ ସହି ଯୋଡ଼ିହୋଇଛନ୍ତି । ଏଲ୍‌ଏସ୍‌ଜିରେ ଥିବାବେଳେ ସେ ଦୁଇଟି ସିଜନ୍‌ରେ ଟିମ୍‌କୁ ପ୍ଲେଅଫ୍‌ରେ ପହଞ୍ଚାଇଥିଲେ । ସେହିପରି ଚଳିତ ସିଜନ୍‌ରେ କେକେଆର୍ ଯୋଗ୍ୟତା ହାସଲ କରିସାରିଛି । ଖେଳାଳି ଭାବେ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ । ସେ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ସାତ ଆଇପିଏଲ୍ ସିଜନ୍‌ରେ କେକେଆର୍‌ର କ୍ୟାପ୍‌ଟେନ୍ ଥିଲେ ଏବଂ ତାଙ୍କ ନେତୃତ୍ୱରେ ଟିମ୍ ପାଞ୍ଚଥର ପ୍ଲେଅଫ୍ ଖେଳିଥିଲା । କ୍ୟାପ୍‌ଟେନ୍ ଭାବେ ସେ ୨୦୧୨ ଏବଂ ୨୦୧୪ରେ ଦୁଇଥର ଟାଇଟଲ୍ ମଧ୍ୟ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking