29.4 C
Bhubaneswar
Tuesday, June 30, 2026
Homeଦେଶ ବିଦେଶଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଗଣବଳାତ୍କାର

ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଅଷ୍ଟ୍ରେଲୀୟ ମହିଳାଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ: ଅଲମ୍ପିକ୍ସ ପୂର୍ବରୁ ପ୍ୟାରିସରେ ଘଟିଛି ଜଘନ୍ୟ କାଣ୍ଡ । ୨୦୨୪ ସଂସ୍କରଣ ଉଦଘାଟନୀ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଜଣେ ଅଷ୍ଟ୍ରେଲୀୟ ମହିଳାଙ୍କୁ ୫ ଜଣ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ୨୫ ବର୍ଷ ବୟସ୍କା ମହିଳା ଶନିବାର ପ୍ୟାରିସରେ ଥିବା ଏକ ପ୍ରସିଦ୍ଧ ସ୍ଥାନୀୟ ରେଷ୍ଟୁରାଣ୍ଟରେ ପ୍ରବେଶ କରିଥିଲେ । ପ୍ୟାରିସର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଶୁକ୍ରବାରରୁ ଶନିବାର ମଧ୍ୟରେ ଏହି ଗଣବଳାତ୍କାର ଘଟିଥାଇପାରେ । ରିପୋର୍ଟ ଅନୁଯାୟୀ, ମହିଳା ଜଣକ ତାଙ୍କ ପୋଷାକ ଚିରି ଯାଇଥିବା ଅବସ୍ଥାରେ ଏକ କବାବ ଦୋକାନରେ ଆଶ୍ରୟ ନେଇଥିଲେ । ଏହି ସମୟରେ ରେଷ୍ଟୁରାଣ୍ଟ ମାଲିକ ତାଙ୍କ ଅବସ୍ଥା ଦେଖି ସାହାଯ୍ୟ କରିଥିଲେ ଏବଂ ଡାକ୍ତରୀ ପରୀକ୍ଷା ପାଇଁ ବିଚାଟ ଡାକ୍ତରଖାନାକୁ ନିଆଯିବା ପୂର୍ବରୁ ଅଗ୍ନିଶମ କର୍ମଚାରୀମାନେ ତାଙ୍କ ସହିତ ଆଲୋଚନା କରିଥିଲେ । ଅଷ୍ଟ୍ରେଲୀୟ ଦୂତାବାସ ଏବଂ ଫ୍ରାନ୍ସ ପୋଲିସ ପୀଡିତାଙ୍କୁ ସହାୟତା ଯୋଗାଉଥିବା ସୂଚନା ମିଳିଛି ।

ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ସହର ବିଭିନ୍ନ ବିପଦ ଯେପରିକି ଆତଙ୍କବାଦୀ ଆକ୍ରମଣ, ସାଇବର ଆଟାକ୍‌, ଭିଡ଼ ପରିଚାଳନା ଏବଂ ଅଲିମ୍ପିକ୍ସ ସମୟରେ ସମ୍ଭାବ୍ୟ ଶ୍ରମିକ ଆନ୍ଦୋଳନର ପ୍ରଭାବ ସହିତ ସୁରକ୍ଷା ଅଧିକାରୀମାନେ ବହୁ ସମ୍ଭାବ୍ୟ ବିପଦ ସହ ମୁକାବିଲା କରୁଛନ୍ତି । ଅଷ୍ଟ୍ରେଲିଆର ଅଲିମ୍ପିକ୍ ଦଳ ପାଇଁ ଜନସମ୍ପର୍କ ଏବଂ ଯୋଗାଯୋଗ ବିଭାଗର ମୁଖ୍ୟ ଷ୍ଟ୍ରାଥ୍ ଗର୍ଡନ୍ କହିଛନ୍ତି ଯେ ଏହି ଘଟଣା ବିଷୟରେ ପ୍ୟାରିସରେ ଅଷ୍ଟ୍ରେଲୀୟ ଆଥଲେଟମାନଙ୍କୁ ଅବଗତ କରାଯାଇଛି । ସାର୍ବଜନୀନ ସ୍ଥାନରେ ଥିବାବେଳେ ସେମାନଙ୍କୁ ଟିମ୍ କିଟ୍ ନ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ବୋଲି ଗର୍ଡନ୍ ମଙ୍ଗଳବାର ଏକ ଇମେଲରେ କହିଛନ୍ତି । ସେ ଗୁରୁତ୍ୱାରୋପ କରିଛନ୍ତି ଯେ ଆଥଲେଟମାନେ ଫ୍ରାନ୍ସରେ ପହଞ୍ଚିବା ପରଠାରୁ କୌଣସି ଧମକ ପାଇନାହାଁନ୍ତି ଏବଂ ଖେଳ ପାଇଁ ସେମାନଙ୍କର ପ୍ରସ୍ତୁତି ଜାରି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking