32.5 C
Bhubaneswar
Monday, June 29, 2026
Homeଓଡିଶା୧୩ ଜୁଆଙ୍ଗଙ୍କ ମୃତ୍ୟୁ: କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

୧୩ ଜୁଆଙ୍ଗଙ୍କ ମୃତ୍ୟୁ: କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର : ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି। ଏ ନେଇ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ଏମପି ତଥା କଂଗ୍ରେସ ଦଳର ରାଜ୍ୟ ଅନୁସୂଚିତ ଜାତିର ସଭାପତି ଯଶୋବନ୍ତ ନାରାୟଣ ସିଂ ଲାଗୁରି ଏନେଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଜିଲାରେ କାମ ଧନ୍ଦା ମିଳୁ ନଥିବାରୁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏଣୁ ଏ ନେଇ ବର୍ତ୍ତମାନ ତଥା ପୂର୍ବତନ ସରକାରଙ୍କୁ ଟାର୍ଗେଟ କରି ସମାଲୋଚନା କରିଛନ୍ତି। ଏଭଳି ଅଘଟଣ ଯେଭଳି ଆଗକୁ ନ ଘଟୁ ସେଥିପାଇଁ ଜିଲା ପ୍ରଶାସନ ଏହର ସମୀକ୍ଷା କରିବା ସହ ବୈଠକ ଡକାଇ ଦାଦନ ଶ୍ରମିକ ସମସ୍ୟା ଦୂର କରିବା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ଭବିଷ୍ୟତରେ ଏଭଳି ସମ୍ବେଦନଶୀଳ ଓ ଦୁଃଖଦ ଘଟଣା ନ ଘଟୁ । ଆଉ ଯେଭଳି କେହି ଦାଦନ ଖଟିବାକୁ ଯିବେ ନାହିଁ, ସେ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସେହିପରି ମୋହନ ମାଝୀ କହିଛନ୍ତି ଯେ ଯେତେବେଳେ ଏହି ଆଦିମ ଜନଜାତିଙ୍କ ସଂଖ୍ୟା ହ୍ରାସ ପାଇବାକୁ ବସିଛି ଏଭଳି ସମୟରେ ୧୩ ଜଣ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଚିନ୍ତାଜନକ ବିଷୟ ହୋଇଛି। ଏଭଳି ପରିସ୍ଥିତି ରୋକିବା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ସଦର ବ୍ଲକ ସଭାପତି ଉତ୍ତମ ସାହୁ ସମେତ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking