32.5 C
Bhubaneswar
Monday, June 29, 2026
Homeଓଡିଶାଗଜବେଶରେ ମହାପ୍ରଭୁ: ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ

ଗଜବେଶରେ ମହାପ୍ରଭୁ: ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ

ପୁରୀ : ଆରମ୍ଭ ହଲା ଗଜ ବେଶ । ହଜାର ହଜାର ଶ୍ରଦ୍ଧାଳୁ ଆଜି ପହଁଚି ଯାଇଥିଲେ ପୁରୀ । ଘଂଟ ଘଂଟା ଓ ହରିବୋଲି ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର । ଆଧ୍ୟାତ୍ମିକ ପରିବେଶରେ ପ୍ରତ୍ୟୁଷରୁ ଆରମ୍ଭ ହୋଇଥିଲା ସ୍ନାନଯାତ୍ରାର ନୀତିରୀତି । ଧାଡି ପହଣ୍ଡିରେ ଶ୍ରୀଜିଉମାନଙ୍କୁ ନିଆଯାଇଥିଲା ସ୍ନାନମଣ୍ଡପକୁ । ପହଣ୍ଡି ବିଜେ ସମୟରେ ଠାକୁରଙ୍କୁ ଲାଗି ହେଲା ଚୂଳ ଓ ଟାହିୟା । ଟାହିୟା ଶୋଭିତ ଠାକୁରଙ୍କ ଅନୁପମ ରୂପ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଥିଲା ପ୍ରବଳ ଆଗ୍ରହ । ମଙ୍ଗଳ ଆଳତୀ, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନନୀତି । ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭ୍ରଦ, ଦେବୀ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଥିଲା । ଜଗନ୍ନାଥଙ୍କୁ ୩୫ ଗରା ଓ ବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଥିବା ବେଳେ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା ।ଶ୍ରୀଜୀଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାରମ୍ପରିକ ରମଜାନରେ ବସି ପହଁଚିଥିଲେ ସ୍ନାନ ମଣ୍ଡପରେ । ବିଧି ଅନୁଯାୟୀ ଆରମ୍ଭ ହୋଇଥିଲା ଛେରାପହରାଁ ।ଛେରାପହଁରା ପରେ ଶ୍ରୀଜୀଉମାନେ ଧାରଣ କରିଥିଲେ ଗଜାନନ ବେଶ ବା ହାତୀ ବେଶ । ସ୍ନାନ ମଣ୍ଡପରେ ଜଳ ଲାଗି ସରିବା ପରେ ଚାରି ଠାକୁରଙ୍କ ହାତୀବେଶ କରାଯାଇଥିଲା । ଏହି ବେଶକୁ ଦେଖିବାକୁ ପାଇଁ ଘଂଟା ଘଂଟା ଧରି ଚାହିଁ ବସିଛନ୍ତି ଶ୍ରଦ୍ଧାଳୁ । ଏହି ମନୋରମ ଦୃଶ୍ୟକୁ ବଡଦାଣ୍ଡରେ ଥିବା ଭାବବିହ୍ୱଳ ହୋଇ ଦର୍ଶନ କରିଥିଲେ ଅଗଣିତ ଭକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking