ନୂଆଦିଲ୍ଲୀ: ଆସନ୍ତା ୪ରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହ । ଏନେଇ ସୂଚନା ଦେଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ । ୪ରେ ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚି ବରଗଡ ଯିବେ । ଇଥାନଲ ପ୍ରକଳ୍ପର ଶୁଭାରମ୍ଭ କରିବେ ଅମିତ ଶାହ । ୪ ତାରିଖରେ ସମ୍ବଲପୁର ଯାଇ ରାତ୍ରି ଯାପନ କରିବେ । ୫ ତାରିଖରେ ସମ୍ବଲପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ।










