38.4 C
Bhubaneswar
Friday, June 26, 2026
Homeଦେଶ ବିଦେଶଭେନେଜୁଏଲାରେ ଭୂମିକମ୍ପ: ଆଜି ସୁଦ୍ଧା ୨୩୫ ଜଣଙ୍କ ମୃତ୍ୟୁ!

ଭେନେଜୁଏଲାରେ ଭୂମିକମ୍ପ: ଆଜି ସୁଦ୍ଧା ୨୩୫ ଜଣଙ୍କ ମୃତ୍ୟୁ!

ନୂଆଦିଲ୍ଲୀ: ଭେନେଜୁଏଲାରେ ଭୟାବହ ଭୂମିକମ୍ପରେ ଆଜି ସୁଦ୍ଧା ୨୩୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ହଜାର ହଜାର ଲୋକ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଓ ସାଧାରଣ ଲୋକମାନେ ଭୁଶୁଡ଼ି ପଡ଼ିଥିବା କୋଠାଗୁଡ଼ିକର ଭଗ୍ନାବଶେଷ ସଫା କରିବା ଏବଂ  ଫସି ରହିଥିବା ଲୋକଙ୍କୁ ଉଦ୍ଧାର  କରୁଛନ୍ତି । ଏହି ସମୟରେ ଲା- ଗୁଆଇରାର ସବୁଠାରୁ ପ୍ରଭାବିତ ଉତ୍ତର ଅଞ୍ଚଳରୁ ଏକ ମର୍ମସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି । ଦୁଇଟି ନବଜାତ ଶିଶୁ, ଏକ ୧୨ ବର୍ଷୀୟ ଶିଶୁ ଏବଂ ଗୋଟିଏ ପୋଷା କୁକୁରକୁ ଭଗ୍ନାବଶେଷ ତଳୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।

ଶିଶୁଙ୍କର ଓ କୁକୁରର କିଛି କ୍ଷତି ହୋଇନାହିଁ । ଏହି ଅଞ୍ଚଳରେ ଏବେ ବି ଶହ ଶହ ଲୋକ କ୍ଷତିଗ୍ରସ୍ତ କୋଠା ତଳେ ଫସି ରହିଥିବା ଅନୁମାନ କରାଯାଉଛି । ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷରୁ ମଣିଷଙ୍କ ସହିତ ପଶୁମାନଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି । ଉଦ୍ଧାରକାରୀ ଦଳ ଭଗ୍ନାବଶେଷରେ ପୋତି ହୋଇଥିବା ଏକ ଜୀବନ୍ତ କୁକୁରକୁ ପାଇଥିଲେ ଏବଂ ସଫଳତାର ସହ ତାହାକୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ଉଦ୍ଧାରକାରୀମାନେ କୁକୁରକୁ ପାଣି ଦେଉଥିବା ଏବଂ ଉଦ୍ଧାର ପରେ ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking