39.4 C
Bhubaneswar
Wednesday, June 24, 2026
Homeଓଡିଶାରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ : ଜୁଲାଇ ୧୬ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ୨୨ ଦିନର ଅପେକ୍ଷା । ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଭକ୍ତଙ୍କ ଗହଣରେ ରଥାରୂଢ଼ ହେବେ ଚତୁର୍ଦ୍ଧା ବିଗ୍ରହ । ଏଥିପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୮ ଇଞ୍ଚ ଗୋଲେଇର ଆସିଲା ୨୮ଟି ଦଉଡ଼ି । ଗୋଟିଏ ଦଉଡ଼ିର ଲମ୍ବ ୨୨୦ଫୁଟ ବା ୬୭ ମିଟର । ପ୍ରତ୍ୟେକ ରଥରେ ଲାଗିଥାଏ ୪ଟି ଲେଖାଏଁ ଦଉଡ଼ି ଏବଂ ଅତିରିକ୍ତ ଥାଏ ଦୁଇଟି ଲେଖାଏଁ ଦଉଡ଼ି । ତେବେ ଚଳିତ ଘୋଷଯାତ୍ରା ପାଇଁ ଆସିଲା ଦୁଇଟି ସେଟ୍ ରଥ ଦଉଡ଼ି । ଓଡ଼ିଶା କତା ନିଗମ ପକ୍ଷରୁ ଆସିଲା ଏହି ଦଉଡ଼ି ।ତିନି ରଥର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ତିନି ରଥ ପାଇଁ ୨୮ଟି ରଥ ଦଉଡି଼ ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି । ଦଉଡ଼ିର ଲମ୍ବ ୨୨୦ ଫୁଟ ବା ୬୭ ମିଟର । ପ୍ରତ୍ୟେକ ରଥରେ ଚାରୋଟି ଲେଖାଏଁ ଦଉଡ଼ି ଲାଗୁଥିବା ବେଳେ ଆଉ ଦୁଇଟି ରଥ ଦଉଡି଼ ପ୍ରଶାସନ ମହଜୁଦ ରଖିଛି । ଓଡ଼ିଶା କତା ନିଗମ ପକ୍ଷରୁ ଏହି ରଥ ଦଉଡି଼ ଆସିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking