ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ପୂର୍ବକୋଟ ଅଞ୍ଚଳରେ ଗୁଳିମାଡ଼ ଘଟଣା । ଏଥିରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କଲା କୋରେଇ ପୁଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଅସଲି ଓ ଗୋଟିଏ ନକଲି ବନ୍ଧୁକ, କିଛି ଖୋକା, ୨ଟି ବାଇକ୍ ଓ ୨ଟି ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତମାନେ ଯଖପୁରା ଥାନା ଦଶମାଣିଆ ଅଞ୍ଚଳର ଅର୍ଜୁନ ପ୍ରଧାନ ଏବଂ ଭୋଳା ପ୍ରଧାନ ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ୨ ଦିନ ତଳେ ହୋଇଥିଲା ଏହି ଗୁଳିମାଡ଼ । ପୂର୍ବକୋଟ ଅଞ୍ଚଳର ୨ ଯୁବକଙ୍କୁ ବାଇକରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କରିଥିଲେ ଅଭିଯୁକ୍ତ । ଏନେଇ ଥାନାରେ ଅଭିଯୋଗ ହେବାପରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତେବେ ଅଭିଯୁକ୍ତ ମାନଙ୍କୁ ପୁରୀରୁ ଗିରଫ କରିବାରେ ସକ୍ଷମ ହୋଇଛି କୋରେଇ ପୁଲିସ । ଏନେଇ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକଣ୍ଠ କାନୁନଗୋ ।










