ବାଲେଶ୍ୱର: ଥାନା ଏସଆଇଙ୍କୁ ମାନସିକ ନିର୍ଯାତନା । ଖୋଦ୍ ନିଜ ଥାନାର ଆଇଆଇସିଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିଜ ଥାନାର ଏସଆଇ । ନିର୍ଯାତନାର ଶିକାର ହୋଇ ଆତ୍ମହତ୍ୟା କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଆଇଆଇସିଙ୍କ ବିରୋଧରେ ଆସିଛି ଅଭିଯୋଗ । ଆଇଆଇସି ନିୟମିତ ଭାବେ ତାଙ୍କୁ ମାନସିକ ନିର୍ଯାତନା ସହ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି । ଏପରିକି ସରକାରୀ କାର୍ଯ୍ୟରେ ସହଯୋଗ କରୁନଥିଲେ ଆଇଆଇସି । ଏନେଇ ଏସଆଇ ମନୋରଞ୍ଜନ ପୁହାଣ ନିଜର ଉପରୀସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ।









