36.1 C
Bhubaneswar
Saturday, May 18, 2024
Homeଓଡିଶାପୋଲିସ-କିନ୍ନର ହତାହାତି, ଭିଡ଼ିଓ ଭାଇରାଲ

ପୋଲିସ-କିନ୍ନର ହତାହାତି, ଭିଡ଼ିଓ ଭାଇରାଲ

ପୁରୀ : ପୁରୀରେ କିନ୍ନର ଓ ପୋଲିସ ମଧ୍ୟରେ ମାଡ଼ ମରାମରି ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ପୁରୀ ସମୁଦ୍ରକୂଳ ଥାନା ସୁବାଷ ବୋଷ ଛକ ନିକଟରେ । ଭିଡିଓରେ ଦୁଇଜଣ କିନ୍ନରଙ୍କ ସହ ପୋଲିସ କର୍ମଚାରୀ ମୁଥ ମରାମରି ଓ ମାରପିଟର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ବିଳମ୍ବିତ ରାତିରେ ବୁଲୁଥିବା ନେଇ କିନ୍ନର ମାନଙ୍କୁ ସୁବାଷ ବୋଷ ଛକ ନିକଟରେ ପୋଲିସ ଅଟକାଇଥିଲା । କେଉଁ କାରଣରୁ କିନ୍ନର ମାନଙ୍କୁ ପୋଲିସ ଅଟକାଇଲା ବୋଲି ସେମାନେ ପ୍ରଶ୍ନ କରିବା ସହ ଏହାକୁ ବିରୋଧ କରିଥିଲେ ।

ଏହାକୁ ନେଇ ଉଭୟ କିନ୍ନର ଓ ପୋଲିସଙ୍କ ମଧ୍ୟରେ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ହାତା ହାତି ଯାଏଁ କଥା ଯାଇଥିଲା । ହାତା ହାତିରେ ପୋଲିସ ଓ କିନ୍ନର ଉଭୟ ଆହତ ହୋଇଛନ୍ତି । ପ୍ରାଥମିକ ଭାବେ ଯାହା ଜଣାପଡିଛି  ଉଭୟ କିନ୍ନରଙ୍କୁ ସମୁଦ୍ର କୂଳ ଥାନାରେ ଅଟକ ରଖାଯାଇଛି । ଏଥିସହ ଘଟଣାର ସତ୍ୟାସତ୍ୟ କ’ଣ ରହିଛି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ତେବେ କିନ୍ନରଙ୍କ ସହ ପୋଲିସର ଏଭଳି ଧସ୍ତାଧସ୍ତିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୁରୀ ସହରରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking