28.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଦେଶର ୪ ବିମାନ ବନ୍ଦରରେ ଖଞ୍ଜାଯାଇଛି ବୋମା; ଧମକପୂର୍ଣ୍ଣ ମେଲ ପରେ ଖେଳିଗଲା ଆତଙ୍କ

ଦେଶର ୪ ବିମାନ ବନ୍ଦରରେ ଖଞ୍ଜାଯାଇଛି ବୋମା; ଧମକପୂର୍ଣ୍ଣ ମେଲ ପରେ ଖେଳିଗଲା ଆତଙ୍କ

କୋଲାକାତା: ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇବାକୁ ଧମକ । କୋଲକାତା ସମେତ ଅନ୍ୟ ୩ଟି ବିମାନ ବନ୍ଦରରେ ବମ ରଖାଯାଇଥିବା ଏକ ଇମେଲ ଆସିଛି । ଗତକାଲି (ଶୁକ୍ରବାର) ଏହି ମେଲ ଆସିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସର୍ଚ୍ଚ ସମୟରେ କୌଣସି ବିସ୍ଫୋରକ ସାମଗ୍ରୀ ଜବତ ହୋଇନଥିବାରୁ ଏହା ଏକ ମିଛ ଧମକ ବୋଲି କହିଛନ୍ତି ସିଆଇଏସଏଫର ବରିଷ୍ଠ ଅଧିକାରୀ । କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଶୁକ୍ରବାର ଦିନ ବମ୍ ଧମକ ନେଇ ମେଲ ଆସିଥିଲା । ଦିନ ୧୨:୫୫ ରେ ବୋମା ବିସ୍ଫୋରଣ ହେବାର ଧମକ ଆସିଥିଲା । ଶୁକ୍ରବାର ଦିନ ପ୍ରାୟ ୧୧.୪୦ ସମୟରେ କୋଲକାତା ବିମାନବନ୍ଦରର କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ମେଲ ଆସିଥିଲା । ଯେଉଁଥିରେ ଉଲ୍ଲେଖ ରହିଥିଲା କୋଲକାତା ଏୟାର ପୋର୍ଟ ସମତେ ଅନ୍ୟ ୩ଟି ଏୟାରପୋର୍ଟରେ ବୋମା ରଖାଯାଇଛି । ଏହି ଖବର ପାଇବା ପରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା ଏଜେନ୍ସି ଅନୁସନ୍ଧାନ ଆରମ୍ଭ କରିଥିଲେ ।

କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରୀ ବିମାନବନ୍ଦରରୁ ନମିଳିବାରୁ ଏହା ଏକ ମିଛ ଧମକ ବୋଲି କହିଛନ୍ତି ପୋଲିସର ଡେପୁଟି କମିଶନର ଅଶ୍ୱର୍ଯ୍ୟା ସାଗର । ଧମକପୂର୍ଣ୍ଣ ଇମେଲ କିଏ ପଠାଇଛି ତାହା ଜାଣିବାକୁ ଚେଷ୍ଟା ଜାରି ରଖିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ, ସିଏସ୍‌ଏଫ୍ ଏବଂ ବିଧାନନଗର ପୋଲିସ । ବୋମା ଥିବା ବିମାନବନ୍ଦର ମଧ୍ୟରେ ଗୋଟିଏ କୋଲକାତା ହୋଇଥିବା ବେଳେ ଅନ୍ୟ ତିନୋଟି ଜଣାପଡିନାହିଁ । ବିମାନବନ୍ଦରକୁ ଧମକ ମିଳିବା କଥା ନୂଆ ନୁହଁ, ଏହା ପୂର୍ବରୁ ଏପ୍ରିଲ ୫ ତାରିଖରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରମାଣୁ ବୋମା ବିସ୍ଫୋରଣରେ ଉଡାଇବାକୁ ଧମକ ମିଳିଥିଲା । ଏହାପରେ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା । ଏୟାରପୋର୍ଟରେ ଯାତ୍ରୀଙ୍କୁ ଯାଞ୍ଚ ସମୟରେ ୨ ଜଣ ଯାତ୍ରୀ ଏହି ଧମକ ଦେଇଥିଲେ । ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଥିଲା । ଗିରଫ ୨ ଯାତ୍ରୀ ହେଉଛନ୍ତି ଗୁଜରାଟ ରାଜ୍ୟର ରାଜକୋଟ ବାସିନ୍ଦା ଜିଗ୍ନେଶ ମଲାନୀ ଓ କଶ୍ୟପ କୁମାର ଲାଲନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking