30.1 C
Bhubaneswar
Monday, May 20, 2024
Homeଓଡିଶାକଳି ଲାଗିଛି କିଏ ୯ ତାରିଖରେ ଶପଥ ନେବେ, ଆଉ କିଏ ୧୦ ତାରିଖରେ ଶପଥ...

କଳି ଲାଗିଛି କିଏ ୯ ତାରିଖରେ ଶପଥ ନେବେ, ଆଉ କିଏ ୧୦ ତାରିଖରେ ଶପଥ ନେବେ : କଂଗ୍ରେସ

ଭୁବନେଶ୍ବର : ଓଡ଼ିଶା ଗସ୍ତ ସମୟରେ ରାଜ୍ୟରେ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ବାଢ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପରିକି ଜୁନ ୬ରେ ବିଜେପି ଏହାର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବ ଓ ଜୁନ ୧୦ରେ ଶପଥ ଗ୍ରହଣ କରିବେ ବିଜେପି ମୁଖ୍ୟମନ୍ତ୍ରୀ ବୋଲି ମୋଦି କହିଗଲେ । ଏହାପରେ ତୁରନ୍ତ ସେହିଦିନ ହିଁ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ତାରିଖ ଓ ସମୟ ଘୋଷଣା କଲେ ବିଜେଡି ନେତା ପାଣ୍ଡିଆନ । ଜୁନ ୯ରେ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ ବୋଲି ପାଣ୍ଡିଆନ କହିଲେ । ତେବେ ଉଭୟ ଦଳର ଏଭଳି ଶପଥ ଗ୍ରହଣ ତାରିଖ ଘୋଷଣାକୁ କଟାକ୍ଷ କରିଛି କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, “ବିଗତ କିଛିଦିନ ହେଲା ଏମିତି ଲାଗୁଛି ରାଜ୍ୟରେ ସରକାର ଗଠନ ହୋଇସାରିଲାଣି । କଳି ଲାଗିଛି କିଏ ୯ ତାରିଖରେ ଶପଥ ନେବେ, ଆଉ କିଏ ୧୦ ତାରିଖରେ ଶପଥ ନେବେ । ହେଲେ ରାଜ୍ୟରେ ବିଜେଡି ଏବେ ମଧ୍ୟ ବିଜେପି ବିରୋଧରେ ନାଁ ନେଇ କିଛି କହୁନାହିଁ । ଅତ୍ୟନ୍ତ ସଞ୍ଜମତାର ସହ ବିରୋଧୀ ଦଳ ବୋଲି କହି ଟାର୍ଗେଟ କରୁଛି । ସେହିଭଳି ବିଜେପି ଯେତେବେଳ ବିଜେଡିକୁ ଆଟାକ୍‌ କରୁଛି ସେ ମଧ୍ୟ ସିଧାସଳଖ ନାଁ ନନେଇ କଂଗ୍ରେସକୁ ଆକ୍ରମଣ କରୁଛି । ୨୪ ବର୍ଷ ହେଲା କଂଗ୍ରେସ ସରକାରରେ ନାହିଁ, କିନ୍ତୁ କଂଗ୍ରେସର ନାଁ ନନେଲେ ମୋଦି ଆଉ ତାଙ୍କ ଦଳର ନେତାଙ୍କ ଭାତ ହଜମ ହେଉ ନାହିଁ ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking