30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍ ବ୍ୟାନ, ସ୍ବତନ୍ତ୍ର ଡ୍ରାଇଭ ସହ ଯାଞ୍ଚ ନିର୍ଦ୍ଦେଶ

ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍ ବ୍ୟାନ, ସ୍ବତନ୍ତ୍ର ଡ୍ରାଇଭ ସହ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ବର: ଆଜିକାଲି ଯୁବପିଢିମାନେ ସିଗାରେଟ୍ ଛାଡି ଇ-ସିଗାରେଟ ବ୍ୟବହାର କରୁଥିବା ଦେଖାଯାଉଛି । ବିଶେଷକରି କଲେଜ ପଢୁଆ ଯୁବଗୋଷ୍ଠୀ ପ୍ରଚୁର ମାତ୍ରାରେ ଇ-ସିଗାରେଟର ବ୍ୟବହାର କରୁଛନ୍ତି । ଯଦିଓ ଏହି ଇଲେକ୍ଟ୍ରୋନିକ୍ ସିଗାରେଟ୍ ଉପରେ ପ୍ରତିବନ୍ଧକ ଲାଗିଛି, କିନ୍ତୁ ଏହା ଅନଲାଇନ୍ ଷ୍ଟୋର୍ ଏବଂ ସ୍ଥାନୀୟ ବିକ୍ରେତାଙ୍କ ମାଧ୍ୟମରେ ସହଜରେ ଉପଲବ୍ଧ ହୋଇପାରୁଛି । ଏହା ମଧ୍ୟ ଜଣାଯାଇଛି ଯେ, ଏହି ଇଲେକ୍ଟ୍ରୋନିକ ଉପକରଣ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଷ୍ଟୋରରେ ବିକ୍ରି କରାଯାଉଛି, ଯାହାଫଳରେ କଲେଜ ପଢୁଆ ପିଲାମାନେ ସହଜରେ ଏହି ନିଶା କବଳରେ ପଡୁଛନ୍ତି ଏବଂ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେଉଛି । ତେଣୁ ଏହା ଉପରେ ରୋକ୍ ଲଗାଇବା ନିମନ୍ତେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକରେ ଅନିୟମିତ ଭାବେ ଯାଞ୍ଚ ମାଧ୍ୟମରେ ସ୍ୱତନ୍ତ୍ର ଡ୍ରାଇଭ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ  ।
ଇ-ସିଗାରେଟ ଏକ ଇଲେକ୍ଟ୍ରୋନିକ ଉପକରଣ ଯାହା ତମାଖୁ ସେବନକୁ ଅନୁକରଣ କରିଥାଏ । ଇ-ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ୨୦୧୯ରେ ଇଲେକ୍ଟ୍ରୋନିକ ସିଗାରେଟ୍ ନିଷେଧ ଆଇନ ୨୦୧୯ କାର୍ୟ୍ୟକାରୀ କରିଥିଲେ । ଅନେକ ସମୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ଆଇନର ବିଧି ବ୍ୟବସ୍ଥାକୁ କାର୍ୟ୍ୟକାରୀ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୋଧ କରିଛନ୍ତି । କିନ୍ତୁ ଉଚ୍ଚ ଶିକ୍ଷାନୁଷ୍ଠାନ ନିକଟରେ ବିଭିନ୍ନ ଷ୍ଟୋରରେ ଏହି ନିଶା ଉପକରଣ ବିକ୍ରି ହେଉଥିବାରୁ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ବ୍ୟବହାର ବଢୁଛି । ଇଲେକ୍ଟ୍ରୋନିକ୍ ସିଗାରେଟ୍ (ଇ-ସିଗାରେଟ୍) ବିଶେଷ ଭାବରେ ଯୁବପିଢିଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଥାଏ । ଇଲେକ୍ଟ୍ରୋନିକ୍ ସିଗାରେଟ୍ ବ୍ୟବହାର ସହିତ ଏଥିରେ ଜଡିତ ଥିବା ବିପଦ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ । ତେବେ ଯୁବପିଢିଙ୍କ ମଧ୍ୟରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ହେଲେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକରେ ସ୍ୱତନ୍ତ୍ର ଡ୍ରାଇଭ୍ ଚଲାଇବା ନେଇ କୁହାଯାଇଛି । ଏ ଦିଗରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ୟୁଜିସି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking