31.1 C
Bhubaneswar
Monday, May 20, 2024
Homeଦେଶ ବିଦେଶତୃତୀୟ ପର୍ୟ୍ୟାୟରେ ୬୪% ପ୍ରତିଶତ ଭୋଟିଂ

ତୃତୀୟ ପର୍ୟ୍ୟାୟରେ ୬୪% ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ : ମଙ୍ଗଳବାର ତୃତୀୟ ପର୍ୟ୍ୟାୟରେ ଦେଶରେ ୧୧ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୩ଟି ସଂସଦୀୟ ଆସନରେ ମତାଦାନ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ, ଦେଶରେ ସାମଗ୍ରିକ ଭୋଟିଂ ହାର ୬୪.୪ ପ୍ରତିଶତ ରହିଛି । ସେହିପରି ରାଜ୍ୟଓ୍ବାରୀ ଦେଖିଲେ, ଉତ୍ତର-ପୂର୍ବ ରାଜ୍ୟ ଆସାମରେ ସର୍ବାଧିକ ୮୧.୬୧ ପ୍ରତିଶତ ଭୋଟିଂ ହୋଇଛି । ଛତିଶଗଡରେ ୭୧ ପ୍ରତିଶତ, କେନ୍ଦ୍ରଶାସିତ ଅଞ୍ଚଳର ଦାଦ୍ରାନଗର ହାବେଳୀ ଓ ଡାମନ ଡିଉରେ ରେକର୍ଡସଂଖ୍ୟକ ୬୯.୮୭ ପ୍ରତିଶତ ଭୋଟିଂ ହୋଇଛି । ସଂଧ୍ୟା ୬ଟାରେ ଭୋଟିଂ ଶେଷ ହେବା ପରେ ଇଭିଏମ ଓ ଭିଭିପ୍ୟାଟକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଗତକାଲି ପ୍ରାୟତଃ କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନି ।
ବିହାରରେ ୫୮.୮୧ ପ୍ରତିଶତ, ମହାରାଷ୍ଟ୍ରରେ ୬୧.୪୪ ପ୍ରତିଶତ, ଗୋଆରେ ୭୫.୨୦ ପ୍ରତିଶତ, ଗୁଜୁରାଟରେ ୫୮.୯୮ ପ୍ରତିଶତ, ମଧ୍ୟ ପ୍ରଦେଶରେ ୬୬.୦୫ ପ୍ରତିଶତ, ଉତ୍ତର ପ୍ରଦେଶରେ ୫୭.୩୪ ପ୍ରତିଶତ ମତଦାନ ହୋଇଛି । ଗତକାଲି ପର୍ୟ୍ୟାୟରେ ୯୩ ଆସନକୁ ମିଶାଇ ଦେଶରେ ମୋଟ ୨୮୩ ଆସନରେ ଭୋଟିଂ ଶେଷ ହୋଇଛି । ପର୍ୟ୍ୟାୟକ୍ରମିକ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ବିଭିନ୍ନ କାରଣରୁ କିଛି ଆସନରେ ମତଦାନ ସମୟ ପରିବର୍ତ୍ତନ ମଧ୍ୟ ହୋଇଥିଲା । ଗତକାଲି ୯୩ଟି ଆସନ ପାଇଁ ଦଳୀୟ ଓ ସ୍ବାଧୀନ ଭାବେ ୧୩୦୦ରୁ ଉର୍ଦ୍ଧ୍ବ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଥିଲେ । ସେଥିମଧ୍ୟରୁ ୧୨୦ଜଣ ମହିଳା ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ପରୀକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking