29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାର ଭିତରେ ଫାର୍ମାସିଷ୍ଟଙ୍କ ହୃଦଘାତରେ ଚାଲିଗଲା ଜୀବନ

କାର ଭିତରେ ଫାର୍ମାସିଷ୍ଟଙ୍କ ହୃଦଘାତରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ଦୁଃଖଦ ଘଟଣା। ଡିୟୁଟି ପାଇଁ ହସ୍ପିଟାଲ ଯାଉଥିବା ସମୟରେ ବାଟରେ ଜଣେ ଫାର୍ମାସିଷ୍ଟଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଫାର୍ମାସିଷ୍ଟଙ୍କ ନାମ ପ୍ରମୋଦ ଯାଦବ। ସୂଚନା ଅନୁଯାୟୀ, ପ୍ରମୋଦ ଯାଦବ ଆମ୍ବେଦକର ନଗରରେ ବସବାସ କରନ୍ତି। ସେ ପ୍ରୟାଗରାଜର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଥିଲେ। ପ୍ରତିଦିନ ଭଳି ଗତ ବୁଧବାର ସେ ଡିୟୁଟି ଯିବା ପାଇଁ କାର ଧରି ଘରୁ ବାହାରିଥିଲେ। ହସ୍ପିଟାଲ ପହଞ୍ଚିବାକୁ ଆଉ କିଛି ବାଟ ବାକିଥିବା ବେଳେ ହଠାତ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଫଳରେ ସେ ଗାଡ଼ିକୁ ରାସ୍ତାରେ ଅଟକାଇ ଦେଇଥିଲେ। ଏହି ସମୟରେ ସେ ଚାଳକ ସିଟ‌ରେ ବସିଥିବା ବେଳେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଅନେକ ସମୟ ଧରି ରାସ୍ତା ଉପରେ କାର ଛିଡ଼ା ହେବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି କାର ଭିତର ଦେଖିବା ପରେ ପ୍ରମୋଦ ଅଚେତ ଅବସ୍ଥାରେ ପଡ଼ିଥିଲେ। ଏହାପରେ ପୁଲିସ ପ୍ରମୋଦଙ୍କୁ ଗାଡ଼ି ଭିତରୁ ଉଦ୍ଧାର କରି ତାଙ୍କ ପରିବାରଲୋକଙ୍କୁ ଖବର ଦେଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରମୋଦଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ବ୍ୟବଚ୍ଛେଦ ପରେ ପ୍ରମୋଦଙ୍କ ମୃତଦେହ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking