27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବନ୍ଦ କାର ଭିତରେ ଚାଲିଗଲା ୩ ବର୍ଷ ଶିଶୁର ଜୀବନ

ବନ୍ଦ କାର ଭିତରେ ଚାଲିଗଲା ୩ ବର୍ଷ ଶିଶୁର ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର କୋଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବନ୍ଦ କାର ଭିତରେ ଜଣେ ତିନି ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି । ଏହି ଦୁଃଖଦ ଘଟଣା ଗତ ବୁଧବାର ରାତିରେ କୋଟା ଜିଲ୍ଲାର ଖାତୌଲି ଥାନା ଅଞ୍ଚଳର ଜୋରାଭର୍ପୁରା ଗାଁରେ ଘଟିଛି। କୋଟାର ଇନ୍ଦ୍ର କଲୋନିରେ ବସବାସ କରୁଥିବା ପ୍ରଦୀପ ନଗାର ତାଙ୍କ ପତ୍ନୀ ଜ୍ୟୋତି ନଗାର ଏବଂ ଦୁଇ ଝିଅ ଗୌରୀ (୭) ଏବଂ ଗାରଭି (୩)ଙ୍କ ସହ ଏକ ଉତ୍ସବରେ ଯୋଗ ଦେବା ପାଇଁ ଜୋରାଭର୍ପୁରା ଗ୍ରାମକୁ ଯାଇଥିଲେ।

ସମସ୍ତେ କାରରୁ ଓହ୍ଲାଇବା ପରେ ଗାରଭି କାର ଭିତରେ ରହି ଯାଇଥିଲା। ପ୍ରଦୀପ ବ୍ୟସ୍ତତା ଭିତରେ କାର ଭିତରେ ଗାରଭିକୁ ନଦେଖି ତାଲା ପକାଇ ଚାଲି ଯାଇଥିଲେ। ବ୍ୟସ୍ତ ଭିତର କେହି ଛୁଆଟିର କଥା ମନ ପକାଇ ନଥିଲେ । ଦୁଇଘଣ୍ଟା ପ୍ରଦୀପ ଓ ଜ୍ୟୋତି ସାମ୍ନାସାମ୍ନୀ ହେବା‌ପରେ ଗାରଭିକୁ ନଦେଖି ଖୋଜିବା ଆରମ୍ଭ କରିଥିଲା। ପ୍ରାୟ ଦଶ ମିନିଟ ଖୋଜାଖୋଜି କରିବା ପ‌ରେ ବାପା କାର ନିକଟରେ ପହଞ୍ଚି ଦେଖନ୍ତି ତ ଝିଅ ଗାରଭି ଚେତାଶୂନ୍ୟ ହୋଇ ପଡ଼ିରହିଛି। ତାକୁ ସଙ୍ଗେସଙ୍ଗେ କାର ଭିତରୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସେଠାରେ ଶିଶୁକୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ମଇ ୨ ତାରିଖରେ ଗାରଭିର ଜନ୍ମଦିନ ଧୁମଧାମରେ ପାଳନ କରାଯାଇଥିଲା। ୧୨ଦିନ ପରେ ଝିଅର ଏଭଳି ମୃତ୍ୟୁକୁ ବାପା ଓ ମା’ ସହଜରେ ଗ୍ରହଣ କରି ପାରୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking