31.1 C
Bhubaneswar
Monday, May 20, 2024
Homeଓଡିଶାଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ ଆହରଣ କରନ୍ତୁ ପାଣ୍ଡିଆନ - ଜୟ ନାରାୟଣ...

ଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ ଆହରଣ କରନ୍ତୁ ପାଣ୍ଡିଆନ – ଜୟ ନାରାୟଣ ମିଶ୍ର

o ଯେଉଁମାନଙ୍କର ଓଡ଼ିଶାର ଇତିହାସ ସମ୍ପର୍କରେ ଜ୍ଞାନ ନାହିଁ, ସେମାନେ ହିଁ ଏପରି ବାଚାଳମୀ କରନ୍ତି

o ପାଣ୍ଡିଆନଙ୍କ ରାଜନୈତିକ ପରିପକ୍ୱତା କେବେ ଆସିବ ?
o ଗଣତନ୍ତ୍ରରେ ସର୍ବଦା ଲୋକଙ୍କ ମତକୁ ସମ୍ମାନ ଦେବା ଉଚିତ୍, ଅହଙ୍କାର କରିବା ଠିକ୍ ନୁହଁ
o ହାରିଲେ କେହି ରାଜନୀତି ଛାଡ଼ନ୍ତିନି, ବିଜୁବାବୁ ୧୯୭୧ରେ ଏକସଙ୍ଗେ ୫ଟି ଆସନରେ ଲଢି ହାରିଥିଲେ
o ଚୌଦ୍ଵାର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଭଞ୍ଜନଗର ବିଧାନସଭା ପାଇଁ ଲଢିବା ସହ ଭଞ୍ଜନଗର ଲୋକସଭା ପାଇଁ ବିଜୁ ବାବୁ ନିର୍ବାଚନ ଲଢ଼ିଥିଲେ ଓ ସବୁଠି ହାରିଥିଲେ, ଏତେ ଆସନରୁ ହାରିବା ପରେ ମଧ୍ୟ ସେ ରାଜନୀତି ଛାଡ଼ିନଥିଲେ
o ପାଣ୍ଡିଆନ କେବଳ ନିଜ ଭାଷଣ ଶୁଣି ଆତ୍ମସନ୍ତୋଷ ହେଉଛନ୍ତି କିନ୍ତୁ ଜନସାଧାରଣ କିମ୍ବା ତାଙ୍କ ଦଳର ନେତା କେହି ସନ୍ତୁଷ୍ଟ ନାହାନ୍ତି
o ପାଣ୍ଡିଆନ ଓଡ଼ିଶାରେ ଚାକିରି ନକରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଅଛନ୍ତି
o ରାଜନୈତିକ ଜୀବନରେ ସେ ଯାହା ହୋଇଛନ୍ତି ଏବଂ ଓଡ଼ିଶା ପାଇଁ କରିଛନ୍ତି ତାହାକୁ ବର୍ଣ୍ଣନା କରିହେବ ନାହିଁ
o କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ହେବା ପରେ ପାରାଦୀପ ରିଫାଇନାରୀର ବ୍ୟାପକ ସମ୍ପ୍ରସାରଣ କରିଥିଲେ
o ଶିକ୍ଷା ମନ୍ତ୍ରୀ ହେବା ପରେ ଆଇଆଇଏମ ସମ୍ବଲପୁର ଭଳି ଅନୁଷ୍ଠାନର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭ ଦେବା ସହ ଉଦଘାଟନ କରାଇଛନ୍ତି

ସମ୍ବଲପୁର – ଓଡ଼ିଶା ରାଜନୀତି ଓ ଇତିହାସ ଉପରେ ଅଜ୍ଞ ଥିବା ଲୋକମାନେ ଆଜି ବାଚାଳାମୀ କରିବା ଆରମ୍ଭ କରିଛନ୍ତି । ତେଣୁ ବିଜେଡି ନେତା ଭି.କେ ପାଣ୍ଡିଆନ ଓଡ଼ିଶା ରାଜନୀତି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବା ପୂର୍ବରୁ ଓଡ଼ିଶାର ରାଜନୀତି ଓ ଇତିହାସ ଉପରେ ଜ୍ଞାନ ଆହରଣ କଲେ ଭଲ ହୁଅନ୍ତା ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ।

ସେ କହିଛନ୍ତି ଯେଉଁମାନଙ୍କର ଓଡ଼ିଶାର ଇତିହାସ ସମ୍ପର୍କରେ ଜ୍ଞାନ ନାହିଁ, ସେମାନେ ହିଁ ଏପରି କଥା କହିପାରନ୍ତି । ଗଣତନ୍ତ୍ରରେ ସର୍ବଦା ଲୋକଙ୍କ ମତକୁ ସମ୍ମାନ ଦେବା ଉଚିତ୍, ଅହଙ୍କାର କରିବା ଠିକ୍ ନୁହଁ । ଯାହାଙ୍କ ନାମରେ ବିଜେଡି ଗଠନ ହୋଇଛି ସେହି ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୭୧ରେ ଏକାସାଙ୍ଗେ ୫ଟି ଆସନରୁ ନିର୍ବାଚନ ଲଢିଥିଲେ । ବିଜୁ ବାବୁ ଚୌଦ୍ଵାର, ଭୁବନେଶ୍ୱର, ଖୋର୍ଦ୍ଧା ଓ ଭଞ୍ଜନଗର ବିଧାନସଭା ପାଇଁ ଲଢିବା ସହ ଭଞ୍ଜନଗର ଲୋକସଭା ପାଇଁ ମଧ୍ୟ ନିର୍ବାଚନ ଲଢ଼ିଥିଲେ ଓ ସବୁଠି ହାରିଥିଲେ । ଏତେ ଆସନରୁ ହାରିବା ପରେ ମଧ୍ୟ ସେ ରାଜନୀତି ଛାଡ଼ିନଥିଲେ । ହାରିଲେ ରାଜନୀତି ଛଡ଼ାଯାଏନି । ବିଜେପି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଆଦର୍ଶରେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳରେ ପରିଣତ ହୋଇପାରିଛି ।

ରାଜ୍ୟ ବାହାରର ଗୁମାସ୍ତା ସାଜିଥିବା ପାଣ୍ଡିଆନ କେବଳ ନିଜେ ନିଜ ଭାଷଣ ଶୁଣି ଆତ୍ମସନ୍ତୋଷ ହେଉଛନ୍ତି । କିନ୍ତୁ ଜନସାଧାରଣ କିମ୍ବା ତାଙ୍କ ଦଳର ନେତା କେହି ସନ୍ତୁଷ୍ଟ ନାହାନ୍ତି । ପାଣ୍ଡିଆନଙ୍କ ରାଜନୈତିକ ପରିପକ୍ୱତା କେବେ ଆସିବ ବୋଲି ସମ୍ବଲପୁର ବିଧାୟକ ପ୍ରାର୍ଥୀ ପ୍ରଶ୍ନ କରିଛନ୍ତି।

ପାଣ୍ଡିଆନ ଓଡ଼ିଶାରେ ଚାକିରି ନକରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଅଛନ୍ତି । ରାଜନୈତିକ ଜୀବନରେ ସେ ଯାହା ହୋଇଛନ୍ତି ଏବଂ ଓଡ଼ିଶା ପାଇଁ କରିଛନ୍ତି ତାହାକୁ ବର୍ଣ୍ଣନା କରିହେବ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରୀ ହେବା ପରେ ପାରାଦୀପ ରିଫାଇନାରୀର ବ୍ୟାପକ ସମ୍ପ୍ରସାରଣ କରିଥିଲେ । ତାଙ୍କ ନେତୃତ୍ୱରେ ଗତ ୧୦ ବର୍ଷରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଓଡ଼ିଶାରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ୨.୦୪ ଲକ୍ଷ କୋଟି ଟଙ୍କାର ନିବେଶ ସୃଷ୍ଟି ହୋଇଛି । ତାଙ୍କ ପାଇଁ ପାରାଦୀପ ଓ ଧାମରା ଆଜି ପୂର୍ବ ଭାରତ ତୈଳ ଓ ଗ୍ୟାସ ହବ ରୂପରେ ପରିଣତ ହେଉଛି। ରାଜ୍ୟରେ ୫୦,୪୭୯ କୋଟି ଟଙ୍କା ମୂଲ୍ୟର ୪୩ଟି ତୈଳ ଓ ଗ୍ୟାସ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସରିଥିବା ବେଳେ ୧.୪୫ ଲକ୍ଷ କୋଟି ଟଙ୍କାର ୩୬ ଟି ପ୍ରକଳ୍ପରେ କାମ ଚାଲୁଅଛି। କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ବରଗଡରେ ଇଥାନଲ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଅବସ୍ଥାରେ ଅଛି ।

ଶିକ୍ଷା ମନ୍ତ୍ରୀ ହେବା ପରେ ସେ ଆଇଆଇଏମ ସମ୍ବଲପୁର ଭଳି ଅନୁଷ୍ଠାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭ ଦେବା ସହ ଉଦଘାଟନ କରାଇଛନ୍ତି । ଏସଡିଆଇ ଭୁବନେଶ୍ୱର, ଆଇସିଟି ମୁମ୍ବାଇ, ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଭୁବନେଶ୍ୱର, ଆଇଜର ବ୍ରହ୍ମପୁର, ଓଡ଼ିଶା ରିସର୍ଚ୍ଚ ସେଣ୍ଟର ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁରରେ ରଙ୍ଗବତୀ ସେଣ୍ଟର ପ୍ରତିଷ୍ଠା ତାଙ୍କର ଉପଲବ୍ଧି । ଏହାବ୍ୟତିତ ତାଙ୍କ ଅମଳରେ ସେଣ୍ଟରାଲ ୟୁନିଭର୍ସିଟି ଓଡ଼ିଶାକୁ ୬୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ତେଣୁ ପାଣ୍ଡିଆନ ଏପରି କହି ବାଚାଳାମୀ ସ୍ୱଭାବ ନକରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking