29.1 C
Bhubaneswar
Monday, June 24, 2024
Homeଓଡିଶାପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ ଛକରେ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନିତ କରିଥିବା ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ବିକ୍ଷୋଭ କରାଯିବା ସହ ତାଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ, ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଜଗନ୍ନାଥଙ୍କୁ ମୋଦୀଙ୍କର ଭକ୍ତ କିହବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସମ୍ବିତ ପାତ୍ରଙ୍କ ବକ୍ତବ୍ୟ ଓଡ଼ିଆ ଜାତି ତଥା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଛି । କ୍ଷମତାରେ ଅନ୍ଧ ହୋଇ ବିଜେପି ଜଗନ୍ନାଥଙ୍କୁ ମାନିବାକୁ ପ୍ରସ୍ତୁତ ନୁହେଁ । ମୋଦୀଙ୍କୁ ଜଗନ୍ନାଥଙ୍କ ଉପରେ ସ୍ଥାନୀତ କରିବା ଦୃଷ୍ଟତାକୁ ଓଡ଼ିଶାବାସୀ ବା ବିଶ୍ୱବାସୀ କ୍ଷମା ଦେବେନାହିଁ । ବିଜେପି ଓ ସମ୍ବିତ ପାତ୍ର ଧରାକୁ ସରା ମଣିଲେଣି । ଏହାର ଜବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଜୟ ସାହୁ, ଗଣେଶ ଦାସ, ଅମୀୟ ପାଣ୍ଡବ, ସୁରଜ ରାଉତ, ବଳରାମ ନନ୍ଦ, ଉଦିତ ପ୍ରଧାନ, କାର୍ତିକ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking