31.1 C
Bhubaneswar
Friday, May 10, 2024
Homeଦେଶ ବିଦେଶମୋଦିଙ୍କ ମିଛ ଫ୍ୟାକ୍ଟ୍ରି ଆଉ କାମ କରିବନି : ଖଡ଼ଗେ

ମୋଦିଙ୍କ ମିଛ ଫ୍ୟାକ୍ଟ୍ରି ଆଉ କାମ କରିବନି : ଖଡ଼ଗେ

ଦିସପୁର: କଂଗ୍ରେସର ନିର୍ବାଚନୀ ଇସ୍ତାହାର ବିରୋଧରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଯୋଗ ପରେ ଆଜି (ଶନିବାର) ଆସାମ ବାରପେଟାରେ ବର୍ଷିଛନ୍ତି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । ମୋଦିଙ୍କ ମିଛି ଫ୍ୟାକ୍ଟ୍ରି ସବୁଦିନ ଲାଗି କାମ କରିବନି, ନିଶ୍ଚିତ ଇଣ୍ଡିଆ ମେଣ୍ଟ କ୍ଷମତାକୁ ଆସିବ ବୋଲି କହିଛନ୍ତି ଖଡ଼ଗେ । ଏହାସହିତ ବେରୋଜଗାର ପ୍ରସଙ୍ଗ ଉଠାଇ ଖଡ଼ଗେ କହିଛନ୍ତି ଯେ ଦେଶରେ ଏବେ ବେରୋଜଗାର ପ୍ରମୁଖ ସମସ୍ୟା ପାଲଟିଛି । ପ୍ରାୟ ୬୫ ପ୍ରତିଶତ ଯୁବପିଢି ଶିକ୍ଷିତ ହେବା ସତ୍ତ୍ୱେ ସେମାନଙ୍କ ନିକଟରେ ଚାକିରି ନାହିଁ । ଖଡ଼ଗେ ବାରପେଟା ଜିଲ୍ଲା କୟାକୁଚି ଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, “ଇଣ୍ଡିଆ ମେଣ୍ଟ ନିଶ୍ଚିତ ଭାବେ କ୍ଷମତାକୁ ଆସିବ ଓ ବିଜେପିକୁ ରୋକିବ । ମୋଦିଙ୍କ ବିଜେପି ସରକାରର ବିନାଶ ଘଟିବ । ଯଦି ଆମ ସରକାର କ୍ଷମତାକୁ ଆସିବ, ତେବେ ଆମେ ଦେଶର ବଢୁଥିବା ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବୁ । ଏହାସହିତ ଆମ ଫୋକସ ଗରିବ ଶ୍ରେଣୀର ଲୋକଙ୍କ ଉପରେ ରହିବ ।

ଏହାସହିତ ସରକାରୀ ବିଭାଗରେ ଖାଲି ପଡ଼ିଥିବା ୩୦ ଲକ୍ଷ ପଦବୀକୁ ଆମେ ପୂରଣ କରିବୁ ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖଡ଼ଗେ ‘ମିଛୁଆଙ୍କ ସର୍ଦ୍ଦାର’ ସମ୍ବୋଧନ କରି କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦି ବାର୍ଷିକ ୨ କୋଟି ନିଯୁକ୍ତି, କଳାଧନକୁ ଦେଶକୁ ଫେରାଇ ଆଣିବା ଓ ଚାଷୀଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବ ବୋଲି ପ୍ରତିଶୃତି ଦେଇଥିଲ । ମୋଦିଙ୍କ ଏହି ମିଛର ଫ୍ୟାକ୍ଟ୍ରି ଆଉ ବେଶି ଦିନ ରହିବ ନାହିଁ । ଏପରିକି ସେ କଂଗ୍ରେସର ନ୍ୟାୟ ପତ୍ରକୁ ମୁସଲିମ ଲିଗଙ୍କ ନ୍ୟାୟ ପତ୍ର ବୋଲି କହିଛନ୍ତି । ଏହା ସମ୍ପୂର୍ଣ୍ଣ ମିଛ କଥା । ବିଜେପି ଓଲଟା ଜନତାଙ୍କଠୁ ଲୁଟି ଏହାକୁ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ହାତରେ ଦେଉଛି । ଯେତେବେଳେ ରାହୁଲ ଗାନ୍ଧୀ ସାରା ଦେଶରେ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଭାଙ୍ଗିବା କାର୍ଯ୍ୟ କରୁଥିଲେ । ଖଡ଼ଗେ ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲିରେ ଲଗାତାର ଭାବେ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏହାର ଅର୍ଥ ସେ କ୍ଷମତା ହରାଇବା ନେଇ ଭୟଭୀତ ଅଛନ୍ତି । ୟିଏକି ଗରିବଙ୍କ ଦୁଃଖ ବୁଝିପାରିନି, ସେ କ୍ଷମତାରେ ରହିବା ଉଚିତ ନୁହେଁ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking