28.1 C
Bhubaneswar
Tuesday, May 21, 2024
Homeଓଡିଶାଦୁଇ ବସ୍‌ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଯାତ୍ରୀ ଗୁରୁତର

ଦୁଇ ବସ୍‌ ମୁହାଁମୁହିଁ ଧକ୍କା, ୧୦ରୁ ଅଧିକ ଯାତ୍ରୀ ଗୁରୁତର

ସୋନପୁର : ସୋନପୁର-ସମ୍ବଲପୁର ଜାତୀୟ ରାଜପଥରେ ଆଜି ସନ୍ଧ୍ୟା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ବୀରମହାରାଜପୁରରୁ ଯାତ୍ରୀଙ୍କୁ ଧରି ସମ୍ୱଲପୁର ଅଭିମୁଖେ ଯାଉଥିଲା ଏକ ବସ୍‌। ତେବେ ସୋନପୁର-ସମ୍ବଲପୁର ଜାତୀୟ ରାଜପଥର ଡୁଡୁପାଲି ଛକରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଯାହାଫଳରେ ଦୁଇ ବସ୍‌ର ଡ୍ରାଇଭରଙ୍କ ସମେତ ଅନେକ ଯାତ୍ରୀ ଫସି ଯାଇଥିଲେ। ସ୍ଥାନୀୟ ଏନେଇ ଅଗ୍ନିଶମ ବିଭାଗକୁ ଦେବା ସହିତ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁଇ ବସ୍‌ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଅନ୍ୟପକ୍ଷରେ ବସ୍‌ ଭିତରେ ଫସି ରହିଥିବା ଦୁଇ ଡ୍ରଇଭରଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଏବେ ମଧ୍ୟ ବସ୍‌ ଭିତରେ ଫସି ରହିଛି। ଅଗ୍ନିଶମ କର୍ମଚାରୀମାନେ କଟର ମାଧ୍ୟମରେ ବସ୍‌ ଡୋର କାଟି ଡ୍ରାଇଭରଙ୍କୁ ଉଦ୍ଧାର କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking