28.1 C
Bhubaneswar
Tuesday, May 21, 2024
Homeଓଡିଶାଗୃହମନ୍ତ୍ରୀ ଅମିତ ଶାହଙ୍କ ମିଥ୍ୟା ଭିଡିଓ ପ୍ରରୋଚନା ପଛରେ ଥିବା ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ପ୍ରଚାରରୁ...

ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଥ୍ୟା ଭିଡିଓ ପ୍ରରୋଚନା ପଛରେ ଥିବା ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ: ଦିଲୀପ ମଲ୍ଲିକ

 ସତ୍ୟାସତ୍ୟକୁ ନପରଖି ଗୃହମନ୍ତ୍ରୀଙ୍କ ମିଥ୍ୟା ଭିଡିଓର ଅପପ୍ରଚାର କରିଥିବାରୁ ଆଇନ ଅନୁଯାୟୀ ପ୍ରଦୀପ ମାଝୀ ଜଣେ ଅପରାଧୀ

 ଆଦିବାସୀ ନେତାଙ୍କ ମୁହଁରେ ମିଛ କୁହାଇ ପୁଣି ନିସର୍ତ କ୍ଷମା ମଗାଇ ଓଡ଼ିଶାର ଆଦିବାସୀ ସମାଜକୁ ନିଚ୍ଚା ଦେଖାଇ ମଜ୍ଜା ନେଉଛନ୍ତି ଭିକେ ପାଣ୍ଡିଆନ

ଭୁବନେଶ୍ୱର,: ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ଏକ ପର୍ବ । ନିର୍ବାଚନ ଆଚରଣ ସଂହିତାକୁ ମାନି ଶୃଙ୍ଖଳିତଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ । କିନ୍ତୁ ଶାସକ ବିଜେଡି ଅଭ୍ୟାସଗତ ଭାବେ ଓ ନିର୍ବାଚନ ହାରିବା ଭୟରେ ସରକାରୀ କଳ, ବଳ ଓ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରି ଆସୁଛି । ବିଜେପି ସର୍ବଦା ଚାହୁଁଚି ଶାନ୍ତିଶୃଙ୍ଖଳାଭାବେ ନିର୍ବାଚନ ହେଉ । ଏଥିପାଇଁ ଆମେ ସମ୍ବିଧାନର ନିୟମ ଅନୁଯାୟୀ ଗତ ଦିନରେ ୧୦୪ଟି ଅଭିଯୋଗ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇସାରିଲୁଣି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ସେଥିମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହେଉଛି ବିଜେଡିର ବରାଦିନେତା ତଥା ଗୁମାସ୍ତା ଭିକେ ପାଣ୍ଡିଆନଙ୍କ ପ୍ରରୋଚନାରେ ନବରଙ୍ଗପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ୩ଟି ଜନସଭାରେ ମାନନୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ମିଥ୍ୟା ଭିଡିଓ ଶୁଣାଇ ବିଜେପି ସରକାର କଲେ ଆଦିବାସୀ ଓ ଦଳୀତ ବର୍ଗର ସଂରକ୍ଷଣ ବନ୍ଦ କରିଦେବ କହି ସେମାନଙ୍କ ମନରେ ବିଷ ମଞ୍ଜି ବୁଣିବାକୁ ଉଦ୍ୟମ କରିଛନ୍ତି । ପ୍ରକାଶଥାଉ କି, ପୂର୍ବରୁ ଅନ୍ୟ ଏକ ଆନ୍ଦୋଳନ ସଭାରେ ପ୍ରଦୀପ ମାଝୀ କହିଥିଲେ ପେଟ୍ରୋଲ, ଡିଜେଲ ଯୋଗାଡ କରିକି ରଖ ଯେତେବେଳେ ମୋର ନିର୍ଦ୍ଦେଶ ଆସିଲେ ମାତ୍ରେ ନିଆଁ ଲଗାଇଦେବ । ଏ ବ୍ୟକ୍ତି ସେହି ନିଆଁ ଲଗା ନେତା ଓ ଦେଶରେ ନିଆଁ ଲଗା ଦଳ କଂଗ୍ରେସରୁ ଆମଦାନି ହୋଇ ବିଜେଡି ଆସିଛନ୍ତି । କଂଗ୍ରେସ ଆଜି ଦେଶକୁ ବିଭାଜନ କରିବାକୁ ଚାହୁଁଛି । ସେହି କଂଗ୍ରେସର ଦେଶଭଙ୍ଗା ସଂସ୍କୃତି ଓ ଚରିତ୍ରରୁ ଆସିଥିବା ପ୍ରଦୀପ ମାଝୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ତେବେ ଏଭଳି ଦଳ ଏବଂ ନେତାଙ୍କଠାରୁ କଣ ଆଶା କରାଯାଇ ପାରେ ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।
ପ୍ରଦୀପ ମାଝୀ ଏଭଳି ମିଥ୍ୟା ଭିଡିଓକୁ ଆଧାର କରି ଦଳିତ ଓ ଆଦିବାସୀଙ୍କୁ ଭ୍ରମିତ କରିଥିବା ଅଭିଯୋଗରେ ବିଜେପି ଅଭିଯୋଗ ନେଇ ଇସିଆଇଙ୍କୁ ଭେଟିଥିଲା । ଏହାପରେ ପ୍ରଦୀପ ମାଝୀ ତାଙ୍କ ବକ୍ତବ୍ୟକୁ ପ୍ରତାହ୍ୟାର କରିବା ସହିତ ନିସର୍ଥ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ଏ କଥାରେ ବିଜେପି ସନ୍ତୁଷ୍ଟ ନୁହେଁ । ସରଳ, ନୀରିହ, ଦଳୀତ ଓ ଆଦିବାସୀ ଲୋକଙ୍କ ମନରେ ପ୍ରଦୀପ ମାଝୀ ଯେଉଁ ବିଷ ମଞ୍ଜି ବୁଣିଲେ ଏବଂ ତାଙ୍କ ମନ ଭିତରେ ସାମାଜିକ ବିଦ୍ୱେଷ ଭରିଲେ ତାହା ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ । ମିଥ୍ୟା ଭିଡିଓକୁ ଆଧାର କରି ଉତ୍ୟକ୍ତ ଭାଷଣ ଦେଇ ସମାଜକୁ ଭାଗ ଭାଗ କରିବା ପାଇଁ ଉଦ୍ୟମ କରିବା ଜଘନ୍ୟ ଅପରାଧର ଅନ୍ତର୍ଭୁକ୍ତ । ସେହିପରି ସତ୍ୟାସତ୍ୟକୁ ନପରଖି ଗୃହମନ୍ତ୍ରୀଙ୍କ ମିଥ୍ୟା ଭିଡିଓର ଅପପ୍ରଚାର କରିଥିବାରୁ ଆଇନ ଅନୁଯାୟୀ ପ୍ରଦୀପ ମାଝୀ ଜଣେ ଅପରାଧୀ । ଚୋରୀ କରି ଭୁଲ୍ ମାଗିବା ଯାହା ପ୍ରଦୀପ ମାଝୀଙ୍କ କ୍ଷମା ମାଗିବା ସେୟା । ସେହିପରି ତାମିଲନାଡୁରୁ ଆସିଥିବା ଆମଦାନି ନେତା ତଥା ବିଜେଡିର ୨ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରୋରଚନାରେ ପ୍ରଦୀପ ମାଝୀ ଉତେଜନା ମୂଳକ ଭାଷଣ ଦେଉଥିବାବେଳେ ସେ ମଂଚରେ ବସି ହସୁଥିଲେ । ଏଭଳି ଅପ୍ରାସଙ୍ଗିକ ଏବଂ ଆଇନ ବିରୋଧୀ ଭାଷଣ ଦେବାକୁ ପ୍ରରୋଚନା ଦେଇଥିବା ଶ୍ରୀ ପାଣ୍ଡିଆନଙ୍କ ବିରୋଧରେ ୧୨୦(ବି) ଅନୁଯାୟୀ ତଦନ୍ତ କରାଯିବା ସହ ତାଙ୍କୁ ନିର୍ବାଚନ ପ୍ରଚାରରୁ ବାସନ୍ଦ କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।
ସବୁଠୁ ଦୁର୍ଭାଗ୍ୟର କଥା ଜଣେ ଆଦିବାସୀ ନେତା ପ୍ରଦୀପ ମାଝୀଙ୍କ ମୁହଁରେ ମିଥ୍ୟା କୁହାଇ ଆଦିବାସୀ ଓ ଦଳୀତଙ୍କୁ ଉସ୍‌କାଇବା ଓ ପରବର୍ତୀ ସମୟରେ ପୁଣି ସେହି ଆଦିବାସୀ ନେତାଙ୍କୁ ସର୍ବସାଧାରଣରେ ନିସର୍ତ କ୍ଷମା ମଗାଇ ଓଡ଼ିଶାର ଆଦିବାସୀ ସମାଜକୁ ନିଚ୍ଚା ଦେଖାଇ ମଜ୍ଜା ନେଉଛନ୍ତି ଭିକେ ପାଣ୍ଡିଆନ । ଏଭଳି ହୀନମନ୍ୟତା ରଖୁଥିବା ଦଳ ଓ ନେତାଙ୍କଠାରୁ ଦୂରେଇ ରହିବା ପାଇଁ ରାଜ୍ୟର ଦଳିତ ଓ ଆଦିବାସୀ ଭାଇ ଓ ଭଉଣୀମାନଙ୍କୁ ନିବେଦନ କରିଛନ୍ତି ଶ୍ରୀ ମଲ୍ଲିକ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking