28.1 C
Bhubaneswar
Tuesday, May 21, 2024
Homeଅପରାଧ୩ ଯୁବତୀଙ୍କ ହାଇ ଭୋଲଟେଜ୍ ଡ୍ରାମା ; ନିଶାସକ୍ତ ହୋଇ ପୋଲିସ କର୍ମୀଙ୍କ ସହ ମାରପିଟ

୩ ଯୁବତୀଙ୍କ ହାଇ ଭୋଲଟେଜ୍ ଡ୍ରାମା ; ନିଶାସକ୍ତ ହୋଇ ପୋଲିସ କର୍ମୀଙ୍କ ସହ ମାରପିଟ

ମୁମ୍ବାଇ : ଯୁବତୀଙ୍କ ଭୋଲଟେଜ୍ ଡ୍ରାମା । ମୁମ୍ବାଇର ବିହାର ସହରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନିଶାରେ ଥାଇ ତିନି ଜଣ ଯୁବତୀ ଘଟାଇଛନ୍ତି ତୁମୁଳକାଣ୍ଡ । ବିଚ୍ ରାସ୍ତାରେ ପୋଲିସ କର୍ମୀଙ୍କୁ ଗାଳିଗୁଲଜ କରି କାମୁଡିବା ସହ ଚୁଟି ଭିଡିଲେ ଓ ପୋଲିସ ବର୍ଦ୍ଦି ମଧ୍ୟ ଚିରିଦେଲେ । ଖବରମୁତାବକ, ବିରାର ପଶ୍ଚିମର ଗୋକୁଳ ଟାଉନସିପରେ ଏକ ରେସ୍ତୋରାଁ-ବାର ନିକଟରେ ଏହି ନିଶାସକ୍ତ ଯୁବତୀ ମାନେ ପାଟିତୁଣ୍ଡ କରି ହଙ୍ଗାମା କରୁଥିବା ପୋଲିସ ସୂଚନା ପାଇଥିଲା । ଏହା ପରେ ମହିଳା ପୋଲିସ ଅଧିକାରୀ ଉତ୍କଳ ଭଞ୍ଜରୀ ଅନ୍ୟ ପୋଲିସ ଅଧିକାରୀ ଏବଂ କନଷ୍ଟେବଳଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ ଯୁବତୀ ମାନେ କିଛି ଶୁଣିବା ପରିବର୍ତ୍ତେ ପୋଲିସ କୁ ଟଣାଓଟରା କରିଥିଲେ । ପୋଲିସ ଅଧିକାରୀଙ୍କ ସାର୍ଟ ଟାଣି ଛିଣ୍ଡାଇବା ସହ ହାତକୁ କାମୁଡ଼ି ଦେଇଥିଲେ । ଏହାସହ ଅସ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ଚୁଟି ଟଣାଓଟରା କରିଥିଲେ । ଅସମ୍ଭାଳ ପରିସ୍ଥିତି ହେବାରୁ ପୋଲିସ ଉକ୍ତ ତିନି ଜଣ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking