31.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟଚୁଟିକୁ ସୁସ୍ଥ ଏବଂ ଶକ୍ତ ରଖିବା ପାଇଁ ୭ ଟି ଘରୋଇ ଉପଚାର ଜାଣନ୍ତୁ

ଚୁଟିକୁ ସୁସ୍ଥ ଏବଂ ଶକ୍ତ ରଖିବା ପାଇଁ ୭ ଟି ଘରୋଇ ଉପଚାର ଜାଣନ୍ତୁ

ଭୁବନେଶ୍ୱର : ବହୁତ ମହିଳା ଚାହାଁନ୍ତି କି ସେମାନଙ୍କର ଚୁଟି ଲମ୍ବା ରହୁ କାରଣ ଏହା ଚେହେରାର ସୌନ୍ଦର୍ଯ୍ୟ ବଢାଇ ଥାଏ । କିନ୍ତୁ ସେମାନଙ୍କର ଏହି ଇଚ୍ଛା କେବଳ ଇଚ୍ଛାରେ ହିଁ ରହିଯାଏ ଏବଂ ସେମାନେ ଜାଣିପାରନ୍ତି ନାହିଁ ଯେ ଲମ୍ବ। ଚୁଟି ବଢେଇବା ପାଇଁ କଣ ଲଗେଇବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାରରେ କିପରି ହେୟାର ଗ୍ରୋଥ କରିପାରିବା ।

ଚୁଟି ବଢେଇବା ପାଇଁ ଘରୋଇ ଉପଚାର :
ତୁଳସୀର ହେୟାର ମାସ୍କ : ଚୁଟି ବଢାଇବା ପାଇଁ ତୁଳସୀର ହେୟାର ପ୍ୟାକ୍ ଲଗାଇ ପାରିବେ । ଏହା ଆପଣଙ୍କ ଚୁଟିକୁ ବହୁତ ଲାଭ ଦେବ । ଏକ ମୁଠା ତୁଳସୀ ପତ୍ର ନେଇ ବାଟି ଦିଅନ୍ତୁ । ଏଥିରେ ଅଲିଭ ତେଲ ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ୩୦ ରୁ ୪୦ ମିନିଟ ପର‌୍ୟ୍ୟନ୍ତ ରଖିବା ପରେ ମୁଣ୍ଡ ସଫା କରି ଦିଅନ୍ତୁ ।

ଅଁଳା ଓ ଲେମ୍ବୁ ରସ : ଏହି ଦୁଇ ରସକୁ ମିଳାଇ ଚୁଟିରେ ଲଗାଇବା ଦ୍ୱାରା ଚୁଟିର ଗ୍ରୋଥ ଅଧିକ ହୋଇଥାଏ । ଭିଟାମିନ୍ ସି ରେ ଭରପୁର ଏହି ମିଶ୍ରଣ ଚୁଟିକୁ ଚମକ ଦେଇଥାଏ । ଏହି ଦୁଇ ରସକୁ ସମନ ପରିମାଣର ମିଶାଇ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ ।

ମେଥି : ପ୍ରୋଟିନ୍ ଏବଂ ନିକୋଟିନିକ୍ ଏସିଡ୍ ରେ ଭରପୁର ଏହି ମେଥି ଚୁଟିର ଫଲିକଲ୍ସକୁ ମଜବୁତ କରିଥିଏ ଏବଂ ଚୁଟି ବଢେଇବାରେ ସାହାର‌୍ୟ୍ୟ କରିଥାଏ । ରାତି ସାରା ପାଣିରେ ଭିଜେଇ ରଖିବା ପରେ ସକାଳେ ଏହାକୁ ବାଟି ଦିଅନ୍ତୁ । ଏହା ପରେ ଏହାକୁ ନଡିଆ ତେଲ କିମ୍ବା ଭିଟାମିନ୍ ସି କ୍ୟାପସୁଲ ମିଶାଇ ଲଗାଇ ପାରିବେ ।

ଅଣ୍ଡା : ପ୍ରୋଟିନ୍ , ବାୟୋଟିନ ଏବଂ ଭିଟାମିନ୍ ବି ରେ ଭରପୁର ଏହି ଅଣ୍ଡା ଆପଣଙ୍କ ଚୁଟିକୁ ସୁସ୍ଥ ରଖିଥାଏ । ଅଣ୍ଡା ଲଗାଇବା ଦ୍ୱାରା ଚୁଟି ଝଡିବା ବନ୍ଦ ହୋଇଯାଏ , ଚୁଟିର ଗ୍ରୋଥ ଭଲ ହୋଇଥାଏ ଏବଂ ଚୁଟିରେ ଘନତା ବଢିଥାଏ ।

ଘିକୁଆଁରୀ : ଚୁଟିକୁ ଘିକୁଆଁରୀରୁ ମଧ୍ୟ ବହୁ ଉପକାର ମିଳିଥାଏ । ଏଥିରୁ କେବଳ ଚୁଟି ଲମ୍ବା ହୋଇନଥାଏ , ଅନ୍ୟାନ୍ୟ ଚୁଟି ସମସ୍ୟା ମଧ୍ୟ ଦୁର ହୋଇଥାଏ । ଘିକୁଆଁରୀ ପତ୍ର ଆଣି ସେଥିରୁ ତାହାର ଲାଳ ଅଂଶ ବାହାର କରି ବଲଭାବେ ବାଟି ଦିଅନ୍ତୁ । ଏହାପରେ ଚୁଟିିରେ ଲଗାଇ ୨୦ ମିନିଟ ପରେ ଧୋଇ ଦିଅନ୍ତୁ ।

ଚାଉଳ ପାଣି : ମୁଣ୍ଡରେ ଚାଉଳ ପାଣି ଲଗାଇବା ଦ୍ୱାରା ଚୁଟି ବଢିଥାଏ । ଅଳ୍ପ କିଛି ଚାଉଳକୁ ଭିଜେଇ ଦିଅନ୍ତୁ ଏବଂ ଅଧଘଣ୍ଡା ପରେ ଛାଣି ବାହାର କରନ୍ତୁ ଏବଂ ଏହି ପାଣିକୁ ମୁଣ୍ଡରେ ଭଲଭାବେ ଲଗାନ୍ତୁ ଓ ଅଧଘଣ୍ଟା ପରେ ଧୋଇ ସଫା କରି ଦିଅନ୍ତୁ ।

ନଡିଆ ତେଲ : ସୁସ୍ଥ ଏସିଡ୍‌ରେ ଭରପୁର ନଡିଆ ତେଲକୁ ମୁଣ୍ଡରେ ମାଲିସ୍ କରିବା ଦ୍ୱାରା ଶାନ୍ତି ମିଳିବା ସହ ଚୁଟିକୁ ବଢିବାକୁ ଶକ୍ତି ଯୋଗାଏ । ରାତିରେ ଶୋଇବା ସମୟରେ ଲଗାଇ ପାରିବେ କିମ୍ବା ମୁଣ୍ଡ ଧୋଇବାର ଏକ ଘଣ୍ଟା ପୂର୍ବରୁ ହାଲକା ଗରମ କରି ଲଗାଇ ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking