30.1 C
Bhubaneswar
Monday, May 20, 2024
Homeଓଡିଶାପ୍ରବଳ ବର୍ଷ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି

ପ୍ରବଳ ବର୍ଷ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି

ଭୁବନେଶ୍ୱର : ପ୍ରବଳ ବର୍ଷ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ କେନ୍ଦ୍ର । ଓଡିଶା ଠାରୁ ଦକ୍ଷିଣ ପୂର୍ବ ରାଜସ୍ଥାନ ଓ ଛତିଶଗଡ଼ ଉପର ଦେଇ ଏକ ଟ୍ରପ ଲାଇନ ରହୁଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ମୟୁରଭଞ୍ଜ କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ମଧ୍ୟ ସମାନ ସ୍ଥିତି ରହିବ । ସେହିପରି କାଲି ମୟୁରଭଞ୍ଜ କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଆଗାମୀ ୩ ଦିନ ଯାଏ ବିସ୍ତାରିତ ବର୍ଷା ହେବ । ବର୍ଷା ଯୋଗୁଁ ୪ ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାପାଇଁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking