30.1 C
Bhubaneswar
Monday, May 20, 2024
Homeଓଡିଶାଭବାନୀପାଟଣାରେ ପହଞ୍ଚିଲେ ରାଜନାଥ ସିଂ

ଭବାନୀପାଟଣାରେ ପହଞ୍ଚିଲେ ରାଜନାଥ ସିଂ

ଭୁବନେଶ୍ୱର : ଭବାନୀପାଟଣାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ। ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ ଗ୍ରାଉଣ୍ଡରେ ପହଞ୍ଚିଲେ ରାଜନାଥ ସିଂ । ଦିନ ଗୋଟାଏରେ ସ୍ଥାନୀୟ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦବୋଧନ କରିବେ। ଏଥିରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି ପ୍ରଭାରୀ, କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓଙ୍କ ସମେତ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ମାନେ ଯୋଗଦେବେ। ଏହାପରେ ଅପରାହ୍ନ ୨ଟା ୪୦ରେ ଭବାନୀପାଟଣାର କାର୍ଯ୍ୟକ୍ରମ ସାରି ରାୟଗଡ଼ା ଅଭିମୁଖେ ଯାତ୍ରା କରିବେ ରାଜନାଥ। ଅପରାହ୍ଣ ୩ଟା ୧୦ରେ ରାୟଗଡ଼ାରେ ଜନସଭାକୁ ସମ୍ବୋଧିତ କରିବେ ରାଜନାଥ। ସେଠାରେ ସେ ପ୍ରାୟ ୧ ଘଣ୍ଟା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking