27.1 C
Bhubaneswar
Saturday, July 27, 2024
Homeଖେଳଇମ୍ପାକ୍ଟ ପ୍ଲେୟର୍ ନିୟମକୁ ବିରାଟଙ୍କ ସମାଲୋଚନା

ଇମ୍ପାକ୍ଟ ପ୍ଲେୟର୍ ନିୟମକୁ ବିରାଟଙ୍କ ସମାଲୋଚନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ରୋହିତ ଶର୍ମାଙ୍କ ପରେ ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଆଇପିଏଲ୍‌ରେ ଇମ୍ପାକ୍ଟ ପ୍ଲେୟର୍ ନିୟମକୁ କଡ଼ା ସମାଲୋଚନା କରିଛନ୍ତି । ଜିଓ ସିନେମା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ‘ମୁଁ ରୋହିତଙ୍କୁ ସମର୍ଥନ କରୁଛି । ମନୋରଞ୍ଜନ ଖେଳର ଏକ ଦିଗ ହୋଇଥାଇପାରେ, ମାତ୍ର ସନ୍ତୁଳନର ମଧ୍ୟ ଆବଶ୍ୟକତା ରହିଛି । ଏହା ଦ୍ୱାରା ଖେଳର ସନ୍ତୁଳନ ପ୍ରଭାବିତ ହେଉଛି ଏବଂ ଏହା କେବଳ ମୁଁ ନୁହେଁ ବହୁ ଲୋକ ଅନୁଭବ କରୁଛନ୍ତି ।’ ପୂର୍ବରୁ ରୋହିତ ଶର୍ମା କହିଥିଲେ ଏହା ଦ୍ୱାରା ଅଲ୍‌ରାଉଣ୍ଡର୍‌ଙ୍କ ଉପରେ ବିପରୀତ ପ୍ରଭାବ ପଡ଼ୁଛି । କ୍ରିକେଟ୍ ୧୧ ଖେଳାଳିଙ୍କ ଖେଳ, ୧୨ ଖେଳାଳିଙ୍କ ନୁହେଁ ।’
ଚଳିତ ସିଜନ୍‌ରେ ଆଠଥର ୨୫୦ ରନ୍‌ରୁ ଊର୍ଦ୍ଧ୍ୱ ସ୍କୋର ହୋଇଛି । ଏହି ନିୟମ ଯୋଗୁଁ ପ୍ରତ୍ୟେକ ବଲ୍‌ରେ ୪ କିମ୍ବା ୬ ରନ୍ ବ୍ୟୟ କରିବାର ବୋଲର୍‌ଙ୍କ ମଧ୍ୟରେ ଥିବା ଆଶଙ୍କା ମୁଁ କେବେ ଦେଖିନଥିଲି ବୋଲି କୋହଲି କହିଛନ୍ତି । ଜଣେ ଅତିରିକ୍ତ ବ୍ୟାଟର୍ କାରଣରୁ ମୁଁ ପାୱାର୍‌ପ୍ଲେରେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍ ରେଟ୍‌ରେ ଖେଳୁଛି । କାରଣ ଅଷ୍ଟମ ନମ୍ବରରେ ମଧ୍ୟ ଜଣେ ବ୍ୟାଟର୍ ଅଛି ବୋଲି ମୁଁ ଜାଣିଛି । ଶୀର୍ଷ ସ୍ତରର କ୍ରିକେଟ୍‌ରେ ଏପରି ଦବ୍‌ଦବା ରହିବା ଉଚିତ ନୁହେଁ । ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି କୋହଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking