36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆଜି ୩ୟ ପର୍ଯ୍ୟାୟ ଭୋଟ୍

ଆଜି ୩ୟ ପର୍ଯ୍ୟାୟ ଭୋଟ୍

ନୂଆଦିଲ୍ଲୀ: ୧୮ତମ ଲୋକସଭା ନିର୍ବାଚନ ଲାଗି ଆଜି ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ୩ୟ ପର୍ଯ୍ୟାୟ ଭୋଟିଂରେ ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୯୩ ଲୋକସଭା ଆସନ ପାଇଁ ତୃତୀୟ ପର‌୍ୟ୍ୟାୟ ମତଦାନ ହେବ । ଏହା ପୂର୍ବରୁ ପ୍ରଥମ ପର‌୍ୟ୍ୟାୟରେ ୧୦୨ ଆସନ ଏବଂ ଦ୍ୱିତୀୟ ପର‌୍ୟ୍ୟାୟରେ ୮୮ ଆସନ ପାଇଁ ମତଦାନ ହୋଇଥିଲା । ସୁତରାଂ ତୃତୀୟ ପର‌୍ୟ୍ୟାୟ ପରେ ଦେଶର ୨୮୪ ଆସନ ମଧ୍ୟରୁ ଅଧାରୁ ଅଧିକ ଆସନରେ ମତଦାନ ଶେଷ ହୋଇଯିବ । ଦେଶରେ ମୋଟ୍ ୭ଟି ପର୍ଯ୍ୟାୟରେ ୨୦୨୪ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ୩ୟ ପର୍ଯ୍ୟାୟରେ ମୋଟ୍ ୧୩୫୧ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ଏମାନଙ୍କ ମଧ୍ୟରେ ଗୁଜରାଟ ଗାନ୍ଧୀନଗରରୁ ଅମିତ୍ ଶାହ, କର୍ଣ୍ଣାଟକ ହାଭେରିରୁ ବାସଭରାଜ ବୋମାଇ, କର୍ଣ୍ଣାଟକ ଧାରବାଦରୁ ପ୍ରହଲ୍ଲାଦ ଯୋଶୀ, ଛତିଶଗଡ଼ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, କର୍ଣ୍ଣାଟକ ବେଲଗାମରୁ ଜଗଦୀଶ ସେଟ୍ଟାର, ଉତ୍ତର ଗୋଆରୁ ଶ୍ରୀପଦ ୟେଶୋ ନାଏକ, ବିଜୟପୁରାରୁ ରମେଶ ଜିଗାଜିନାଗି, ବେଲାରିରୁ ଶ୍ରୀ ରାମୁଲୁ, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଧ୍ୟପ୍ରଦେଶ ବିଦିଶା ଶିବରାଜ ସିଂ ଚୌହାନ, ରାଜଗଡ଼ରୁ ଦିଗବିଜୟ ସିଂ, କର୍ଣ୍ଣାଟକ ଶିବମୋଗାରୁ କେ.ଏସ ଈଶ୍ୱରପ୍ପା, ଗୁଲବର୍ଗା ରାଧା କ୍ରୀଷ୍ଣା, ପୋରବନ୍ଦରରୁ ଡ. ମନସୁଖ ମାଣ୍ଡଭ୍ୟ, ବାରାମତିରୁ ସୁପ୍ରିୟା ସୁଲେଙ୍କ ଭଳି ହେଭିୱେଟ୍ ନେତାମାନେ ସାମିଲ ଅଛନ୍ତି । ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ରହିଥିବା ୯୩ ସଂସଦୀୟ କ୍ଷେତ୍ର ମଧ୍ୟରୁ ଗୁଜରାଟର ୨୫, କର୍ଣ୍ଣାଟକର ୧୪ ଓ ମହାରାଷ୍ଟ୍ରର ୧୧ ଆସନ ସାମିଲ ରହିଛି । ସେହିପରି ସଂରକ୍ଷଣ ଦୃଷ୍ଟିକୋଣରୁ ଏହି ୯୩ ଆସନ ମଧ୍ୟରୁ ୭୨ ଜେନେରାଲ ସିଟ୍ ସଂରକ୍ଷିତ ଥିବା ବେଳେ ୧୦ ଅନୁସୂଚିତ ଜାତି ଓ ୧୧ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଛି । ସେହିପରି ମୋଟ୍ ୧୭୪ ମୁସଲିମ ପ୍ରାର୍ଥୀ ତୃତୀୟ ପର୍ଯ୍ୟାୟ ମତଦାନରେ ନିଜ ଭାଗ୍ୟ ପରୀକ୍ଷା କରିବେ । ପ୍ରକାଶ, ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ଭଳି ତୃତୀୟ ପର୍ଯ୍ୟାୟ ମତଦାନକୁ ମଧ୍ୟ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ନିର୍ବାଚନ ଆୟୋଗ ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍ଗଳବାର କେତେକ ନିର୍ବାଚନୀ କ୍ଷେତ୍ର ପାଇଁ ହିଟ୍ ୱେଭ୍ ସତର୍କତା ରହିଥିବାରୁ ଏଦିଗରେ ମଧ୍ୟ ନିର୍ବାଚନ ଆୟୋଗ ଦୃଷ୍ଟିପାତ କରିଛନ୍ତି । ତେବେ ଏସବୁ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ମଧ୍ୟ ମତଦାନର ଦୁଇଦିନ ପୂର୍ବରୁ ଅର୍ଥାତ୍ ରବିବାର ସନ୍ଧ୍ୟା ସୁଦ୍ଧା ପ୍ରଚାର ପର୍ବ ଶେଷ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking