29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଆଫଗାନିସ୍ତାନରେ ପ୍ରବଳ ବର୍ଷା; ବନ୍ୟା ଯୋଗୁଁ ୫୦ ମୃତ

ଆଫଗାନିସ୍ତାନରେ ପ୍ରବଳ ବର୍ଷା; ବନ୍ୟା ଯୋଗୁଁ ୫୦ ମୃତ

କାବୁଲ : କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି , ଏହି ବନ୍ୟାରେ ଅତିକମ୍‌ରେ ୫୦ଜଣ ଲୋକଙ୍କ ଜୀବନ ଯାଇଛି। ଏ ନେଇ ଗୋର୍‌ ପ୍ରଦେଶ ସୂଚନା ବିଭାଗ ମୁଖ୍ୟ ଅବଦୁଲ ହାଜି ଜଇମ୍‌ ଶନିବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାରରୁ କେନ୍ଦ୍ରୀୟ ଆଫଗାନିସ୍ତାନରେ ପ୍ରବଳ ବର୍ଷା ହେଉଛି। ଫଳରେ ନଦୀମାନଙ୍କରେ ବନ୍ୟା ଆସିଛି। ନଦୀ ପାଣିରେ ଭାସି ଯାଇ ୫୦ଜଣଙ୍କ ଜୀବନ ଯାଇଥିବା ବେଳେ ୨ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ୪ ହଜାର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ହଜାରୁ ଅଧିକ ଦୋକାନ ପାଣି ଘେରରେ ରହିଛି। ଏକାଧିକ ମୁଖ୍ୟ ରାସ୍ତାରେ ପାଣି ଚାଲିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ସୂଚନାଥାଉ କି ଗତସପ୍ତାହରେ ଉତ୍ତର ଆଫଗାନିସ୍ତାନରେ ବନ୍ୟା ଯୋଗୁଁ ୩୧୫ଜଣଙ୍କ ଜୀବନ ଯାଇଥିବା ବେଳେ ୧୬୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦୁର୍ଘଟଣାଗ୍ରସ୍ତ ହୋଇ ନଦୀ ମଧ୍ୟକୁ ଖସି ପଡ଼ିଥିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଆହତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଫଗାନିସ୍ତାନରେ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking