36.1 C
Bhubaneswar
Tuesday, May 28, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ୍‌

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫଦାରୀ ବିରୋଧରେ ଦାଖଲ କରିଥିବା ପିଟିସନ୍‌କୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡିଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ହେମନ୍ତ ସୋରେନ୍ । ସେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି । ହେମନ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ କପିଲ ସିବଲ, ସୁପ୍ରିମକୋର୍ଟଙ୍କ ନିକଟରେ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହା ଉପରେ ପ୍ରଧାନ ବିଚାରପତି ଡୱାଇ ଚନ୍ଦ୍ରଚୁଡ କହିଥିଲେ ଏହା ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ପୀଠରେ ଅଛି, ଏହା ଉପରେ ଶୀଘ୍ର ଶୁଣାଣି କରାଯିବ । ମେ ୩ରେ, ଝାଡଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କ ଲିଖିତ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଯେଉଁଥିରେ ସେ ଇଡି ଗିରଫକୁ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ହେମନ୍ତଙ୍କୁ ଜାମିନ ଦେବାକୁ ମଧ୍ୟ ମନା କରିଦେଇଥିଲେ । ତାଙ୍କ ପିଟିସନରେ ସୋରେନ୍ ଦାବି କରିଛନ୍ତି ଯେ ତାଙ୍କ ଗିରଫଦାରୀ ଅଯୌକ୍ତିକ ଏବଂ ଏହି ମାମଲାରେ ତାଙ୍କୁ ରିମାଣ୍ଡରେ ନେବା ବେଆଇନ୍ ଏବଂ ଅନୁଚିତ । ପ୍ରକାଶ, ୨୦୨୪ ଜାନୁଆରୀରେ ଏକ ଜମି ଦୁର୍ନୀତି ଅନ୍ତର୍ଗତ ମନି ଲଣ୍ଡରିଂ ମାମଲାରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା । ବର୍ତ୍ତମାନ ନ୍ୟାୟିକ ହେପାଜତରେ ଥିବା ସୋରେନଙ୍କୁ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking