32.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶକେମିକାଲ ପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ; ୭ ମୃତ, ୧୫ଜଣଙ୍କ ସ୍ଥିତି ସଂକଟାପନ୍ନ

କେମିକାଲ ପ୍ଲାଣ୍ଟରେ ଭୟାବହ ବିସ୍ଫୋରଣ; ୭ ମୃତ, ୧୫ଜଣଙ୍କ ସ୍ଥିତି ସଂକଟାପନ୍ନ

ମୁମ୍ବାଇ: ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଡୋମ୍ବିୱଲି ଅଞ୍ଚଳରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୭ଜଣଙ୍କ ମୃତ୍ୟୁ ହେବା ଭଳି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ସମ୍ପର୍କରେ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଏହି ଅଞ୍ଚଳରେ ଥିବା ଅମୁଦାନ୍ ନାମକ ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଅପରାହ୍ନ ସମୟ ୧ଟା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ସମୟରେ ଫ୍ୟାକ୍ଟ୍ରିରେ ୬୦ରୁ ଅଧିକ କର୍ମଚାରୀ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ସେହିପରି ରିପୋର୍ଟ ଲେଖାହେବା ସୁଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆହତଙ୍କ ଭିତରୁ ମଧ୍ୟ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ହସ୍ପିଟାଲରେ ୪୦ରୁ ଅଧିକ ଆହତ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଥିବା ଡାକ୍ତରୀ ଦଳ କହିଛନ୍ତି । ଅନ୍ୟପକ୍ଷେ ଫ୍ୟାକ୍ଟ୍ରିରେ କାମ କରୁଥିବା ଆହୁରି କିଛି ଲୋକଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରୁନଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।
ପୁଲିସ୍ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ନିୟନ୍ତ୍ରଣ କରାଯାଇଥିଲା । ପୁଲିସ୍‌କୁ କିଛି ଆହତମାନେ ଦେଇଥିବା ବୟାନ୍ ଅନୁସାରେ ଫ୍ୟାକ୍ଟ୍ରିର ଏକ ବଏଲରରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ଫ୍ୟାକ୍ଟ୍ରିରେ ଦେଖୁ ଦେଖୁ ନିମିଷେକ ମଧ୍ୟରେ ନିଆଁ ସମ୍ପ୍ରସାରିତ ହୋଇଯାଇଥିଲା । ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା । ସେଥିରୁ ଗୋଟିଏରେ କାର୍ ଶୋ’ରୁମ୍ ରହିଥିବା ବେଳେ  ଶୋ’ରୁମ୍‌ର ପ୍ରାୟ ୧୨ଟି ଦାମୀ ନୂଆ ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି । ପ୍ରକାଶ,  ବିସ୍ଫୋରିତ ହୋଇଥିବା ଏହି କେମିକାଲ ପ୍ଲାଣ୍ଟ୍‌ଟି ଏମ୍‌ଆଇଡିସି ପରିସରରେ ଅବସ୍ଥିତ ।
ରାସାୟନିକ କାରଖାନାରେ ବିସ୍ଫୋରଣ ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି, ଡୋମ୍ବିଭାଲୀ ଏମ୍‌ଆଇଡିସିର ଅମୁଦାନ କେମିକାଲ୍ କମ୍ପାନୀରେ ବଏଲର ବିସ୍ଫୋରଣ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଘଟଣାରେ ୮ ଜଣଙ୍କୁ ନିଲମ୍ବିତ କରାଯାଇଛି । ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଅଧିକ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି । ଫଡନବୀଶ କହିଛନ୍ତି ଯେ ସେ କଲେକ୍ଟରଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking