31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ; ଚେନ୍ନାଇରେ ସ୍ଥାପନ ହେବ ପ୍ରଥମ ୟୁନିଟ

ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ; ଚେନ୍ନାଇରେ ସ୍ଥାପନ ହେବ ପ୍ରଥମ ୟୁନିଟ

ଚେନ୍ନାଇ:  ଭାରତ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ଗୁଗଲର ପ୍ୟାରେଣ୍ଟ୍ (ମୂଳ) କମ୍ପାନୀ ଆଲଫାବେଟ୍ ପକ୍ଷରୁ ଘୋଷଣା କରାଯାଇଥିବା ସୂଚନାନୁସାରେ କମ୍ପାନୀ ତାମିଲନାଡୁରେ ନିଜର ଏକ ସହାୟକ କମ୍ପାନୀ ‘ୱିଙ୍ଗ୍ ଏଲ୍‌ଏଲ୍‌ସି’ ସହ ମିଳିତ ଭାବେ ଡ୍ରୋନ୍ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି । ସୁତରାଂ ତାମିଲନାଡୁ ରାଜଧାନୀ ଚେନ୍ନାଇରେ କମ୍ପାନୀ ପକ୍ଷରୁ ଏକ ପ୍ଲାଣ୍ଟ ସ୍ଥାପନ କରାଯିବ । ଡ୍ରୋନ୍ ପ୍ରସ୍ତୁତ କ୍ଷେତ୍ରରେ ଭାରତରେ ଏହା ଗୁଗୁଲ୍‌ର ପ୍ରଥମ ୟୁନିଟ୍ ହେବ । ରିପୋର୍ଟ ଅନୁସାରେ ଭାରତରେ ଏହାର ଫ୍ଲାଗସିପ୍ ପିକ୍ସେଲ ୮ ସ୍ମାର୍ଟଫୋନ୍ ଉତ୍ପାଦନ ପାଇଁ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ ‘ଡିକ୍ସନ୍ ଟେକ୍ନୋଲୋଜି’ ସହ ଗୁଗୁଲର ସହଭାଗୀତା ମଧ୍ୟରେ ଡ୍ରୋନ୍ ଉତ୍ପାଦନ ନେଇ ଏପ୍ରକାର ଘୋଷଣା କରିଛି କମ୍ପାନୀ । ସୂଚନାଯୋଗ୍ୟ, ଟେକ୍ ଜାଏଣ୍ଟ୍ ବର୍ତ୍ତମାନ ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆରେ ଥିବା ବ୍ୟବସାୟୀମାନଙ୍କୁ ଡ୍ରୋନ୍ ବିତରଣ ସେବା ପ୍ରଦାନ କରୁଛି, ଯେଉଁଥିରେ ହାଲୁକା, ସ୍ୱୟଂଶାସିତ(ଅଟୋନୋମସ) ଡେଲିଭରି ଡ୍ରୋନ୍ ବ୍ୟବହାର କରାଯାଇଥାଏ । ତେବେ ଭାରତର ଅଗ୍ରୀମ ଟେକ୍ ଷ୍ଟାର୍ଟଅପ୍ ନ୍ୟୁଜ୍  ବିଶ୍ଳେଷଣ ଅନୁଯାୟୀ, ଭାରତୀୟ ଡ୍ରୋନ୍ ବଜାର ୨୦୨୨ରୁ ୨୦୩୦ ମଧ୍ୟରେ ୨୧% ବୃଦ୍ଧି ପାଇ ୧୩ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking