31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶସ୍ୱଦେଶୀ କଲାମକରୀ ଦୁପଟାରେ ନୀତା ଅମ୍ବାନୀ

ସ୍ୱଦେଶୀ କଲାମକରୀ ଦୁପଟାରେ ନୀତା ଅମ୍ବାନୀ

ମୁମ୍ବାଇ: ଦେଶରେ ଚାଲିଥିବା ମହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ ପୂର୍ବକ ନିଜ ସଂସଦୀୟ କ୍ଷେତ୍ର ମୁମ୍ବାଇରେ ଭୋଟ୍ ଦେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ନୀତା ଅମ୍ବାନୀ । ନୀତା ନିଜ ବଡ଼ ପୁଅ ଆକାଶ ଅମ୍ବାନୀ ଏବଂ ସ୍ୱାମୀ ତଥା ଦେଶର ବିଶିଷ୍ଟ ଶିଳ୍ପପତି, ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସହ ଭୋଟ୍‌ଦେବାକୁ ଭୋଟଦାନ କେନ୍ଦ୍ରକୁ ଆସିଥିଲେ । ଅନ୍ୟ ସାଧାରଣ ଲୋକଙ୍କ ଭଳି ଅମ୍ବାନୀ ପରିବାର ମଧ୍ୟ ଧାଡିରେ ଛିଡା ହୋଇ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାରେ ଭୋଟ୍ ଦେଇଥିଲେ । ତେବେ ଭୋଟ୍‌ଦେବା ପାଇଁ ଆସିଥିବା ନୀତା ଅମ୍ବାନୀଙ୍କ ଶାଢ଼ୀକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ରିପୋର୍ଟ ଅନୁସାରେ ନୀତା ଭୋଟ୍ ଦେବାକୁ ଆସିଥିବା ସମୟରେ ସ୍ୱଦେଶୀ କାରିଗରୀ ଶୈଳୀରେ ନିର୍ମିତ କଲାମକରୀ ଦୁପଟା ପରିଧାନ କରିଥିଲେ । ଆନ୍ଧ୍ରପ୍ରଦେଶରେ ମୁଖ୍ୟତଃ ଏପ୍ରକାର ଦୁପଟାକୁ ଲୋକ ପରମ୍ପରାର ମୂଳ ହସ୍ତତନ୍ତ ପରିଧାନ ଭାବେ ବିବେଚନା କରାଯାଇଥାଏ । ଏଥିରେ ଲୋକ ସଂସ୍କୃତିକୁ ସ୍ଥାନୀୟ କାରିଗରମାନେ ନିଜ ହାତରେ ଅତ୍ୟନ୍ତ ନିଖୁଣ ଭାବେ ରୂପାୟିତ କରିଥାନ୍ତି, ଯାହାକି ପାରମ୍ପରିକ ସଂସ୍କୃତିକୁ ପ୍ରସ୍ଫୁଟିତ କରିଥାଏ । ଆନ୍ଧପ୍ରଦେଶର ଶ୍ରୀକଳାହସ୍ତି ଅଞ୍ଚଳର ଶିଳ୍ପୀକାରଭାବେ ଅତ୍ୟନ୍ତ ଶ୍ରଦ୍ଧା ଏବଂ ଯତ୍ନ ସହକାରେ ପ୍ରସ୍ତୁତ କରୁଥିବା ଏସବୁ କଲାମକରୀ ବସ୍ତ୍ରଗୁଡ଼ିକରେ ନିଜ କଳାକୃତିର ନିଦର୍ଶନ ପୂର୍ବକ ଭାରତର ଜୀବନ୍ତ କାହାଣୀକୁ ପ୍ରଦର୍ଶିନ କରିଥାନ୍ତି ।
ନୀତା ଅମ୍ବାନୀ ଏଠାକାର ଦୁପଟାକୁ ପରିଧାନ କରିବା ପଛରେ ଭାରତର ସମୃଦ୍ଧ କଳା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ, ପାଳନ ଏବଂ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ପକ୍ଷରୁ ଏକ ନମ୍ର ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଶ୍ରୀମତୀ ନୀତା ଅମ୍ବାନୀଙ୍କ ପୋଷାକର ପସନ୍ଦ ବିଶ୍ୱର ସର୍ବଶ୍ରେଷ୍ଠ ଭାରତୀୟ କାରିଗରୀ ପ୍ରଦର୍ଶନ ପାଇଁ ତାଙ୍କର ପ୍ରତିବଦ୍ଧତାର ଆଉ ଏକ ପ୍ରତୀକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking