31.1 C
Bhubaneswar
Monday, June 17, 2024
Homeଦେଶ ବିଦେଶଆମେରିକା ରାଷ୍ଟ୍ରପତି ନିର୍ବାଚନ; ଟ୍ରମ୍ପଙ୍କୁ ସମର୍ଥନ ଜଣାଇଲେ ନିକ୍କି ହେଲି

ଆମେରିକା ରାଷ୍ଟ୍ରପତି ନିର୍ବାଚନ; ଟ୍ରମ୍ପଙ୍କୁ ସମର୍ଥନ ଜଣାଇଲେ ନିକ୍କି ହେଲି

କଲମ୍ବିଆ: ଆମେରିକାରେ ନଭେମ୍ବର ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଉପରେ ଏବେ ପୁରା ବିଶ୍ୱର ନଜର ରହିଛି । ଏସବୁ ମଧ୍ୟରେ ରିପବ୍ଲିକାନ୍ ପାର୍ଟିର ଅନ୍ୟତମ ନେତ୍ରୀ ନିକ୍କି ହେଲି ରାଷ୍ଟ୍ରପତି ନିର୍ବାଚନରେ ନିଜ ଦଳର ଅନ୍ୟତମ ନେତା ତଥା ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସମର୍ଥନ ଘୋଷଣା କରିବା ଶାସକ ଦଳ ଡେମୋକ୍ରାଟିକ୍ ପାର୍ଟି ତଥା ରାଷ୍ଟ୍ରପତି ଜେ ବାଇଡେନ୍‌ଙ୍କ ନିଦ ହଜାଇଦେଇଛି । ରିପୋର୍ଟ ଅନୁସାରେ ବୁଧବାର ନିକ୍କି ହେଲି ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ ପୂର୍ବକ ଭୋଟ୍‌ଦେବେ ବୋଲି ଘୋଷଣା କରିଥିଲେ । ଏଥିସହ ନିକ୍କି ହେଲି, ଜୋ ବାଇଡେନ୍‌ଙ୍କୁ ଆମେରିକା ରାଜନୀତିର ଏକ ଦୁର୍ଘଟଣା ବୋଲି ମଧ୍ୟ ଅଭିହିତ କରିଥିଲେ । ତେବେ ନିକ୍କି ହେଲିଙ୍କ ଏପ୍ରକାର ଘୋଷଣା, ବାଇଡେନ୍‌ଙ୍କ ସ୍ୱପ୍ନ ଏବଂ ଆଶା ଆକାଂକ୍ଷାକୁ ଧୂଳିସାତ୍ କରିଦେଇଛି ।
ପୂର୍ବରୁ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଟକ୍କର ଦେବା ଉଦ୍ଦେଶ୍ୟରେ ନିକ୍କି ହାଲି ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ । ଏପରିକି ପ୍ରାୟ ଦେଢ଼ମାସରୁ ଊର୍ଦ୍ଧ୍ୱ ସମୟ ଧରି ସେ ଟ୍ରମ୍ପ୍‌ଙ୍କ ବିରୋଧରେ ପ୍ରଚାର କରିବା ଏବଂ ରାଷ୍ଟ୍ରପତି ଭାବେ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାରିତାକୁ ନେଇ କଡା ଶବ୍ଦରେ ସମାଲୋଚନା କରିବା ଆଦି ଦେଖିବାକୁ ମିଳୁଥିଲା । ତେବେ ପ୍ରାଥମିକ ନିର୍ବାଚନ ଫଳାଫଳ ଆସିବା ଏବଂ ଏଥିରେ ନିକ୍କି ହାଲିଙ୍କ ପରାଜୟ ସ୍ପଷ୍ଟ ହେବାପରେ ଏଥିରେ ବେଶ୍ ଆତ୍ମହରା ହୋଇପଡିଥିଲେ ଜୋ ବାଇଡେନ୍ । ବାଇଡେନ୍ ଭାବିନେଇଥିଲେ ଯେ, ନିକ୍କି ହାଲିଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ୱ ଏବେ ଖରାପ ହୋଇସାରିଥିବା ବେଳେ ନିକ୍କିଙ୍କ ସମର୍ଥକଙ୍କ ଭୋଟ୍ ତାଙ୍କୁ ଏବଂ ତାଙ୍କ ଦଳୀୟ ଖାତାକୁ ଯିବ । କାରଣ ନିକ୍କି ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ଆକ୍ରୋଶ ରହିଥିବା ବେଳେ ଉଭୟ ପରସ୍ପରକୁୂ ନିଜ ରାଜନୈତିକ ଶତ୍ରୁ ଭାବୁଥିବା ଅନେକ ସମୟରେ ପ୍ରମାଣ ମିଳିଆସୁଥିଲା । ଏଥିପାଇଁ ବାଇଡେନ୍‌, ବିଭିନ୍ନ ସ୍ତରରେ ନିକ୍କି ହାଲିଙ୍କ ସମର୍ଥକଙ୍କୁ ନିଜ ପଟକୁ ନେବା ପାଇଁ ମଧ୍ୟ ପ୍ରୟାସ ଜାରି ରଖିଥିଲେ । କିନ୍ତୁ ନିକ୍କି ଏବେ ଟ୍ରମ୍ପ୍‌ଙ୍କୁ ସମର୍ଥନ ଜଣାଇବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିବା ପରେ ବାଇଡେନ୍‌ଙ୍କ ସମସ୍ତ ପ୍ରୟାସ ବୃଥା ହୋଇଯାଇଛି । ଅନ୍ୟପକ୍ଷେ ନିକ୍କିଙ୍କ ଏପ୍ରକାର ଘୋଷଣା ସାମ୍ନାକୁ ଆସିବା ପରେ ଟ୍ରମ୍ପଙ୍କ ଜିତିବା ସମ୍ଭାବନା ମଧ୍ୟ ଅନେକାଂଶରେ ବଢ଼ିଯାଇଛି ।
ସୂଚନାଯୋଗ୍ୟ, ୱାଶିଂଟନ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ରହିସାରିଥିବା ହାଲି ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ ଟ୍ରମ୍ପ୍‌ଙ୍କୁ ଭୋଟ ଦେବି । ସେ ନିଜ ନିଲମ୍ବନ ଭାଷଣରେ ଯାହା କହିଥିଲେ ସେଥିରେ ସେ ଏବେ ବି କାଏମ୍ ରହିଛନ୍ତି । ନିକ୍କି ହାଲିଙ୍କ ମତରେ, ସେ ଭାବୁଛନ୍ତି, ତାଙ୍କୁ ଭୋଟ୍ ଦେଇଥିବା ଏବଂ ତାଙ୍କୁ  ସମର୍ଥନ ଦେଇ ଆସୁଥିବା ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ଟ୍ରମ୍ପ୍ ନିଶ୍ଚିତ ଭାବେ ପହଞ୍ଚିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking