32.1 C
Bhubaneswar
Sunday, June 16, 2024
Homeଖେଳଇଂଲଣ୍ଡ-ପାକିସ୍ତାନ ପ୍ରଥମ ଟି-୨୦ ବାତିଲ

ଇଂଲଣ୍ଡ-ପାକିସ୍ତାନ ପ୍ରଥମ ଟି-୨୦ ବାତିଲ

ଲିଡ୍‌ସ:  ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ବୁଧବାର ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଛି । ତେବେ ସବୁଠୁ ବଡ଼ କଥା ହେଉଛି, ଭୀଷଣ ବର୍ଷା ଏବଂ ପଡ଼ିଆ ଓଦା ରହିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମ୍ୟାଚ୍ ବାତିଲ ନିଷ୍ପତ୍ତି ନିଆଯାଇଥିଲା । ଅସଲରେ ପ୍ରଥମ ଥର ପଡ଼ିଆ ନିରୀକ୍ଷଣ ପାଇଁ ଅମ୍ପାୟାର୍ ଆସିଥିବା ବେଳେ ପଡ଼ିଆ ବହୁ ଓଦା ରହିଥିଲା ଏବଂ ଏହାପରେ ମ୍ୟାଚ୍ ବାତିଲ ଘୋଷଣା ପାଇଁ ବିଶେଷ ବିଳମ୍ବ ହୋଇନଥିଲା । ଟି-୨୦ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ସିରିଜ୍ ଦୁଇ ଟିମ୍ ପାଇଁ ମହତ୍ତ୍ୱପୂର୍ଣ୍ଣ । ମାତ୍ର ବର୍ଷା ଏହାକୁ ଆଗକୁ ଠେଲି ଦେଇଛି । ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ୍ ପାଇଁ ଚୂଡ଼ାନ୍ତ ଟିମ୍ ଘୋଷଣାର ଶନିବାର ଶେଷ ଦିନ ହୋଇଥିବା ବେଳେ ସେହିଦିନ ଦୁଇଟି ଟିମ୍ ମଧ୍ୟରେ ବର୍ମିଂହାମ୍‌ରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ତେଣୁ ଦୁଇଟି ଟିମ୍ ପାଇଁ ସ୍କ୍ୱାଡ୍ ଘୋଷଣା ପୂର୍ବରୁ ନିଜ ଖେଳାଳିଙ୍କୁ ସୁଯୋଗ ଦେବାପାଇଁ ଏହା ସମ୍ଭବତଃ ପ୍ରଥମ ସୁଯୋଗ ଥିଲା ।
ଅନ୍ୟପକ୍ଷରେ ଏହି ମ୍ୟାଚ୍‌ରେ ବାବର ଆଜମ୍‌ଙ୍କ ନିକଟରେ ବିଶ୍ୱ ରେକର୍ଡ କରିବାର ସୁଯୋଗ ଥିଲା । ବାବର ୪୮ ରନ୍ କରିଥିଲେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ କ୍ୟାପ୍‌ଟେନ୍ ଭାବେ ୨୫୦୦ ରନ୍ ପୂରଣ କରିବାରେ ପ୍ରଥମ କ୍ରିକେଟର୍ ହୋଇଥାନ୍ତେ । ଏହା ବ୍ୟତୀତ ବାବରଙ୍କ ନଜର ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଥିଲା । ୮୨ ରନ୍ ପୂରଣ କରିବା ମାତ୍ରେ ବାବର ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ରନ୍ ହାସଲକାରୀ ବ୍ୟାଟର୍ ହୋଇଥାନ୍ତେ ଏବଂ ଏହି ମାମଲାରେ କୋହଲିଙ୍କୁ ପଛରେ ପକାଇଥାନ୍ତେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking