40.1 C
Bhubaneswar
Monday, June 17, 2024
Homeଖେଳଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସିର ନୂଆ ଆନ୍ଥେମ୍ ଜାରୀ

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସିର ନୂଆ ଆନ୍ଥେମ୍ ଜାରୀ

ଦୁବା: ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ଆରମ୍ଭ ପୂର୍ବରୁ ଆଇସିସି ପ୍ରଶଂସକଙ୍କ ପାଇଁ ନୂଆ ଆନ୍ଥେମ୍ ସଙ୍ଗ୍ ଜାରିକରିଛି । ଏହି ସଙ୍ଗ୍ ଏବେ ଆଇସିସିର ସମସ୍ତ ଇଭେଣ୍ଟ୍‌ରେ ବ୍ୟବହାର କରାଯିବ । ଏହାକୁ ଏବେ ଆଇସିସିର ବ୍ରାଣ୍ଡ୍ ସଙ୍ଗ୍ ଭାବେ ମାନିନେବାକୁ ହେବ । ଆଇସିସି ପକ୍ଷରୁ ଏହି ନୂଆ ଆନ୍ଥେମ୍ ସଙ୍ଗ୍‌କୁ ସୋସିଆଲ୍ ମିଡିଆ ଜରିଆରେ ଜାରୀ କରାଯାଇଛି । ଏହି ସଙ୍ଗ୍‌ରେ ଆଇସିସି ଭିନ୍ନ ଭିନ୍ନ ୱାର୍ଲ୍ଡ ଇଭେଣ୍ଟ୍‌ର କ୍ଲିପ୍ ପ୍ରଦର୍ଶିତ ହୋଇଛି । ଏହା ମଧ୍ୟରେ ଦିନିକିଆ ବିଶ୍ୱକପ୍‌, ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ ମ୍ୟାଚ୍‌ର କ୍ଲିପ୍ ବ୍ୟତୀତ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ମଧ୍ୟ ସାମିଲ । ଏହି ସଙ୍ଗ୍‌ର ସବଠୁ ଖାସ୍ ବିଷୟ ହେଉଛି, ଏଥିରେ ପୁରୁଷ କ୍ରିକେଟ୍ ଖେଳାଳିଙ୍କ ସହିତ ମହିଳା କ୍ରିକେଟ୍ ଖେଳାଳିଙ୍କୁ ମଧ୍ୟ ପ୍ରଦର୍ଶିତ କରାଯାଇଛି । ଏହି ସଙ୍ଗ୍‌ର ଆରମ୍ଭ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପ୍ ମ୍ୟାଚ୍‌ର କ୍ଲିପ୍  ବ୍ୟତୀତ ୨୦୨୩ ବିଶ୍ୱ ଚାମ୍ପିଅନ୍‌ଶିପ୍ ଫାଇନାଲ୍ ମ୍ୟାଚ୍ ଏବଂ ମହିଳା ଟି-୨୦ ବିଶ୍ୱକପ୍ ମ୍ୟାଚ୍‌ର ଦୃଶ୍ୟ ମଧ୍ୟ ପ୍ରଦର୍ଶିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking