35.1 C
Bhubaneswar
Monday, June 17, 2024
Homeଖେଳପଦରୁ ହଟିଲେ କାନାଡା ଟିମ୍‌ର ମୁଖ୍ୟ କୋଚ୍

ପଦରୁ ହଟିଲେ କାନାଡା ଟିମ୍‌ର ମୁଖ୍ୟ କୋଚ୍

ନୂଆଦିଲ୍ଲୀ:  ଟି-୨୦ ବିଶ୍ୱକପ୍ ପୂର୍ବରୁ କାନାଡା ଟିମ୍‌ର ମୁଖ୍ୟ କୋଚ୍ ପୁବୁଦୁ ଦସାନାୟକେଙ୍କୁ ଅଚାନକ ପଦରୁ ହଟାଇ ଦିଆଯାଇଛି । ଦୁଇବର୍ଷ ଧରି କାନାଡା ଟିମ୍‌ର ମୁଖ୍ୟ କୋଚ୍ ଥିବା ଦସାନାୟକେ କାନାଡାର ଟି-୨୦ ବିଶ୍ୱକପ୍ ଯୋଗ୍ୟତା ଅର୍ଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଦସାନାୟକେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ମୁଖ୍ୟ କୋଚ୍ ପଦରେ ଥିଲେ । ଟିମ୍‌ରେ ବୃଦ୍ଧି ପାଉଥିବା ମତଭେଦ ଦସାନାୟକେଙ୍କ ପଦରୁ ହଟାଇବା ପଛରେ ମୁଖ୍ୟ କାରଣ । କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ ଦସାନାୟକେଙ୍କୁ ନେଇ ଟିମ୍‌ରେ ବହୁ ସମୟ ଧରି ମତଭେଦ ଥିଲା । ମତଭେଦ ଏତେ ବଢ଼ିଯାଇଥିଲା ଯେ ଅଧିକାଂଶ ଖେଳାଳି ତାଙ୍କୁ ପଦରୁ ହଟାଇବା ପାଇଁ ନିଜ କ୍ରିକେଟ୍ ବୋର୍ଡ ନିକଟରେ ଦାବି କରିଥିଲେ । କାନାଡା କ୍ରିକେଟ୍ ବୋର୍ଡର ତିନିଜଣିଆ କମିଟି ଦସାନାୟକେଙ୍କ ସମେତ ଅନ୍ୟ ଦୁଇଜଣ ସଦସ୍ୟଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛି । ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ନିଷ୍ପତ୍ତି ଫଳରେ କାନାଡା ଟିମ୍‌ର ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking