40.1 C
Bhubaneswar
Monday, June 17, 2024
Homeଖେଳଆର୍‌ସିବି ନାମରେ ଲଜ୍ଜାଜନକ ରେକର୍ଡ

ଆର୍‌ସିବି ନାମରେ ଲଜ୍ଜାଜନକ ରେକର୍ଡ

ମୁମ୍ବାଇ:  ଆଇପିଏଲ୍ ୨୦୨୪ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)ର ଯାତ୍ରା ସମାପ୍ତ ହୋଇଛି ।  ଏଲିମିନେଟର୍ ମ୍ୟାଚ୍‌ରେ ଟିମ୍‌କୁ ରାଜସ୍ଥାନ ରୟାଲ୍ସ ହାତରୁ ୪ ୱିକେଟ୍‌ରେ ପରାଜିତ ହେବାକୁ ପଡ଼ିଛି । ଏହା ସହିତ ଆର୍‌ସିବିର ଟ୍ରଫି ଜିତିବା ସ୍ୱପ୍ନ ପୁଣିଥରେ ଧୂଳିସାତ୍ ହୋଇଛି । ୧୭ ବର୍ଷ ମଧ୍ୟରେ ଆର୍‌ସିବି ଥରେ ମଧ୍ୟ ଆଇପିଏଲ୍ ଟାଇଟଲ୍ ଜିତିପାରି ନାହିଁ । ରାଜସ୍ଥାନ ନିକଟରୁ ମିଳିଥିବା ପରାଜୟ ସହ ଆର୍‌ସିବି ନାମରେ ଏକ ଲଜ୍ଜାଜନକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛି । ଟିମ୍ ଏକ ଅଲୋଡ଼ା ତାଲିକାର ସର୍ବାଗ୍ରେ ରହିଛି । ପ୍ଲେଅଫ୍ ମ୍ୟାଚ୍‌ରେ ଆର୍‌ସିବିର ପ୍ରଦର୍ଶନ ସେପରି ଖାସ୍ ନୁହେଁ । ଚଳିତ ଥର ଟିମ୍ ପ୍ଲେଅଫ୍‌ରେ ଭଲ ପ୍ରଦର୍ଶନ କରିପାରି ନଥିଲା । ରାଜସ୍ଥାନଠାରୁ ଟିମ୍ ୪ ୱିକେଟ୍‌ରେ ପରାଜିତ ହୋଇଛି । ଏହା ପ୍ଲେଅଫ୍‌ରେ ଆର୍‌ସିବିର ୧୦ମ ପରାଜୟ । ଏହା ସହିତ ଆର୍‌ସିବି ଆଇପିଏଲ୍ ପ୍ଲେଅଫ୍‌ରେ ସର୍ବାଧିକ ମ୍ୟାଚ୍ ହାରିବାରେ ପ୍ରଥମ ଟିମ୍ ହୋଇଛି । ଏହା ପୂର୍ବରୁ କୌଣସି ଟିମ୍ ପ୍ଲେଅଫ୍‌ରେ ୧୦ ମ୍ୟାଚ୍ ହାରିନଥିଲେ । ଆର୍‌ସିବି ବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ୯-୯ ପରାଜୟ ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସାତଟି ଲେଖାଏଁ ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ତୃତୀୟ ସ୍ଥାନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking