31.1 C
Bhubaneswar
Monday, June 17, 2024
Homeଖେଳଭାରତୀୟ ଜୁନିୟର୍ ମହିଳା ଓ ପୁରୁଷ ହକି ଟିମ୍ ପରାଜିତ

ଭାରତୀୟ ଜୁନିୟର୍ ମହିଳା ଓ ପୁରୁଷ ହକି ଟିମ୍ ପରାଜିତ

ନୂଆଦିଲ୍ଲୀ,୨୩ା୫/ଏଜେନ୍ସି: ୟୁରୋପ ଗସ୍ତରେ ଥିବା ଭାରତର ଜୁନିୟର୍ ମହିଳା ଓ ପୁରୁଷ ଟିମ୍ ବେଲ୍‌ଜିୟମ୍ ବିପକ୍ଷ ନିଜ ନିଜର ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି । ଉଭୟ ଟିମ୍ ୨-୩ରେ ପ୍ରତିପକ୍ଷ ଟିମ୍‌ଠାରୁ ପରାଜୟ ମୁହଁ ଦେଖିଛନ୍ତି । ମହିଳା ଟିମ୍ ପାଇଁ ବିନିମା ଧନ ୪୯ତମ ଏବଂ ୫୮ତମ ମିନିଟ୍‌ରେ ଦୁଇଟି ଗୋଲ୍ କରିଥିବା ବେଳେ କ୍ୟାପ୍‌ଟେନ୍ ରୋହିତ ପୁରୁଷ ଟିମ୍ ପକ୍ଷରୁ ୪୪ ଏବଂ ୫୭ତମ ମିନିଟ୍‌ରେ ଗୋଲ୍ ଦୁଇଟି ସ୍କୋର୍ କରିଛନ୍ତି । ମହିଳା ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ଭାରତକୁ ଦୁଇଟି ପେନଲ୍ଟି କର୍ଣ୍ଣର୍ ମିଳିଥିଲେ ମଧ୍ୟ ଖେଳାଳିମାନେ ଏହାର ସୁଯୋଗ ଉଠାଇପାରି ନଥିଲେ । ଦ୍ୱିତୀୟ କ୍ୱାର୍ଟର୍‌ରେ ବେଲ୍‌ଜିୟମ୍ ଟିମ୍ ଗୋଲ୍ କରି ପ୍ରଥମାର୍ଦ୍ଧରେ ୧-୦ରେ ଶେଷ କରିଥିଲା । ଭାରତ ସ୍ଥିତି ବରାବର ପାଇଁ ଉଦ୍ୟମ ଚଳାଇଥିବା ବେଳେ ବେଲ୍‌ଜିୟମ୍ ତୃତୀୟ ଓ ଚତୁର୍ଥ କ୍ୱାର୍ଟର୍‌ରେ ଗୋଟିଏ ଲେଖାଏଁ ଗୋଲ୍ କରି ୩-୦ରେ ଆଗୁଆ ହୋଇଥିଲା । ତେବେ ଅନ୍ତିମ କ୍ୱାର୍ଟରେ ବିନିମା ଦୁଇଟି ଗୋଲ୍ କରି ଅଗ୍ରଣୀ ବ୍ୟବଧାନ ହ୍ରାସ କରିଥିଲେ ମଧ୍ୟ ଏହା ବିଳମ୍ବ ହୋଇଯାଇଥିଲା ।
ପୁରୁଷ ମ୍ୟାଚ୍‌ରେ ପ୍ରଥମ କ୍ୱାର୍ଟର୍‌ରେ ବେଲ୍‌ଜିୟମ୍ ଅଗ୍ରଣୀ ହାସଲ କରିନେଇଥିଲା । ଦ୍ୱିତୀୟ କ୍ୱାର୍ଟର୍‌ରେ ଅଗ୍ରଣୀକୁ ଡବଲ୍ କରିଥିଲା । ତୃତୀୟ କ୍ୱାର୍ଟର୍‌ରେ କ୍ୟାପ୍‌ଟେନ୍ ରୋହିତ ଗୋଟିଏ ଗୋଲ୍ କରି ଏହାକୁ ସ୍କୋର୍ ଲାଇନ୍ ୨-୧ କରିଥିଲେ । ତେବେ ବେଲ୍‌ଜିୟମ୍ ପେନାଲ୍ଟି କର୍ଣ୍ଣରୁ ତୃତୀୟ ଗୋଲ୍‌ଟି ସ୍କୋର୍ କରି ୩-୧ରେ ଆଗୁଆ ହୋଇଥିଲା । ପରେ ରୋହିତ ଏକ ପେନାଲ୍ଟି କର୍ଣ୍ଣର୍‌କୁ ଗୋଲ୍‌ରେ ପରିବର୍ତ୍ତନ କରି ସ୍ଥିତି ୨-୩ କରିଥିଲେ ମଧ୍ୟ ଟିମ୍‌କୁ ବିଜୟୀ କରାଇପାରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking