36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶକେ. କବିତାଙ୍କ ଜାମିନ ଆବେଦନ ପୁନଃ ଖାରଜ

କେ. କବିତାଙ୍କ ଜାମିନ ଆବେଦନ ପୁନଃ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା (୪୬)ଙ୍କ ଜାମିନ୍ ଆବେଦନ ପୁଣିଥରେ ଖାରଜ ହୋଇଯାଇଛି । ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟ, କବିତାଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି କରିଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଉଭୟ ଇଡି ଏବଂ ସିବିଆଇ ପକ୍ଷରୁ କେ.କବିତାଙ୍କ ଜାମିନ୍ ଆବେଦନକୁ ବିରୋଧ କରାଯିବା ଫଳରେ ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍ କାବେରୀ ବାୱେଜା, କବିତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ପ୍ରକାଶ, ଉଭୟ ତଦନ୍ତକାରୀ ଏଜେନ୍ସି ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ କେ. କବିତା ଏହି ପୁରା ସ୍କାମର ଅନ୍ୟତମ ଷଡଯନ୍ତ୍ରକାରୀ ଏବଂ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ପ୍ରମାଣକୁ ଖଣ୍ଡନ କରି ଅନୁସନ୍ଧାନକୁ ପ୍ରଭାବିତ କରିପାରନ୍ତି । ସୂଚନାଯୋଗ୍ୟ, କେ. କବିତା ଏବେ ତିହାର ଜେଲ୍‌ରେ ନ୍ୟାୟିକ ହେପାଜତ୍‌ରେ ରହିଛନ୍ତି । ଇତି ମଧ୍ୟରେ ସେ ଏକାଧିକ ଥର ଜାମିନ୍ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଜାମିନ୍ ମିଳିପାରିନାହିଁ । ଇଡି ଏହି ମାମଲାରେ କେ. କବିତାଙ୍କୁ ହାଇଦ୍ରାବାଦ୍‌ରା ବଞ୍ଜାରା ହିଲ୍ସସ୍ଥିତ ବାସଭବନରୁ ମାର୍ଚ୍ଚ ୧୫ରେ ଗିରଫ କରିଥିଲା । ସେବେଠାରୁ ସେ ନ୍ୟାୟିକ ହାଜତ୍‌ରେ ରହିଆସୁଛନ୍ତି । ତେବେ ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହେବା ପରେ କବିତାଙ୍କୁ ସିବିଆଇ ନ୍ୟାୟିକ ହାଜତରୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking