28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶବାପାଙ୍କ ମୃତ୍ୟୁର ୧୩ଦିନ ପରେ ଜୀବନ ହରିଲା ପୁଅ

ବାପାଙ୍କ ମୃତ୍ୟୁର ୧୩ଦିନ ପରେ ଜୀବନ ହରିଲା ପୁଅ

କୋଟା: ‘କ୍ଷମା କରିବ ବାପା…ମୁଁ ପୁଲିସ ହୋଇପାରିବି ନାହିଁ’ । ଏଭଳି ଲେଖି ଜୀବନ ହାରିଲେ ଛାତ୍ର । ରାଜସ୍ଥାନର କୋଟାରେ ଘଟିଛି ଏଭଳି ଘଟଣା । ପୁଲିସ କହିଛି ଯେ, ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର ପିତାଙ୍କ ମୃତ୍ୟୁ କାରଣରୁ ମାନସିକ ଚାପରେ ରହୁଥିଲେ । ବାପାଙ୍କୁ ଅଧିକ ଭଲପାଉଥିବାରୁ ତାଙ୍କର ହଠାତ୍ ବିୟୋଗକୁ ବିଶ୍ୱାସ କରିପାରୁନଥିଲେ ମୃତକ ।

ଛାତ୍ରଙ୍କ ନାମ ସୁବାଷ ଗୁର୍ଜର ବୋଲି ଜଣାପଡ଼ିଛି । ସୂଚନା ମୁତାବକ, କୋଟାର ଆରକେପୁରମ ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ଆୱଲି ରୋଜଡି ନିବାସୀ ୧୯ବର୍ଷୀୟ ସୁବାଷ ଜୀବନ ହାରିଛନ୍ତି । ସେ ଘରେ ରହି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ୧୨-୧୩ଦିନ ପୂର୍ବରୁ ହୃଦଘାତରେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ସୁବାଷ ମାନସିକ ଚାପରେ ରହୁଥିଲେ । ମୃତଦେହ ପାଖରୁ ପୁଲିସକୁ ଏକ ସୁଇସାଇଡ ନୋଟ୍ ମିଳିଛି ଯେଉଁଥିରେ ଲେଖା ଅଛି – ‘କ୍ଷମା କରିବ ବାପା, ମୁଁ ପୁଲିସ ହୋଇପାରିବି ନାହିଁ । ମୁଁ ମୋ ବାପାଙ୍କ ଅତି ନିକଟତର ଥିଲି । ତାଙ୍କୁ ବହୁତ ଭଲ ପାଉଥିଲି । ସେ ଏଭଳି ଚାଲିଯିବାଟା ମୋତେ ଶକ୍ତ ଧକ୍କା ଦେଇଛି । ତାଙ୍କର ସ୍ୱପ୍ନ ପୂରଣ କରିପାରୁନଥିବାରୁ ମୁଁ କ୍ଷମା ଚାହୁଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking