28.1 C
Bhubaneswar
Tuesday, May 21, 2024
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ୱର: ତିନି ଦିନର ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରେ ପିଏମଙ୍କୁ ଓଡିଶା ଭାଜପାର ନେତା ଓ କର୍ମୀମାନେ ଜୋରଦାର ସ୍ୱାଗତ କରିଛନ୍ତି । ଆଉ କିଛି ସମୟ ମଧ୍ୟରେ ସେ ଭୁବନେଶ୍ୱରରେ ରୋଡ ସୋ’ ଆରମ୍ଭ କରିବେ । ଭାଜପା ରାଜ୍ୟ କାର୍ଯ୍ୟାଳୟଠାରୁ ବାଣୀବିହାର ଯାଏଁ ମେଗା ରୋଡ ଶୋ’ କରିବେ ମୋଦି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦୀ ରୋଡ ସୋ’ କରିବେ ।

ଏଥି ପାଇଁ ଜନପଥ ଲୋକାରଣ୍ୟରେ ପରିଣତ ହୋଇସାରିଛି । ମୋଦୀଙ୍କ ରୋଡ୍ ସୋ’ ପାଇଁ କେବଳ ଭୁବନେଶ୍ୱରବାସୀ ନୁହଁନ୍ତି । ବରଂ ବହୁ ଦୂରଦୂରାନ୍ତରୁ କର୍ମୀ ଓ ପ୍ରଶଂସକମାନେ ଜନପଥରେ ଗହଳି ଲଗାଇଛନ୍ତି । ଲୋକେ ପ୍ରାୟ ୬ ଘଣ୍ଟା ହେଲା ଜନପଥରେ ପହଞ୍ଚି ସାରିଛନ୍ତି । ଓଡ଼ିଶାର କଳା ଜନପଥରେ ଦେଖାଯାଇଛି । ଗୀତ, ନାଚ, ବାଦ୍ୟର ତାଳେତାଳେ ମୋଦୀଙ୍କୁ ସ୍ୱାଗତ କରାଯିବା ପାଇଁ ପ୍ରସ୍ତୁତି ହୋଇଛି । ବିମାନବନ୍ଦର ଠାରୁ ମୋଦୀ ଯେଉଁ ରାସ୍ତାରେ ଯିବେ ସବୁଠି ବିଜେପିର ପତାକା ଉଡୁଛି । ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ରହିଛି ୧୨ଟି ମଂଚ ପ୍ରସ୍ତୁତ କରାଯାଇଛି, ଯେଉଁଠି ମୋଦୀ ଓ ଓଡ଼ିଶାର ବିଭିନ୍ନ ପ୍ରତିକୃତି ପ୍ରଦର୍ଶନ କରାଯାଇଛି । ବିଜେପି ଶିବିରରେ ପୂରା ଉତ୍ସାହ ଦେଖାଯାଇଛି ।

ଓଡ଼ିଶାକୁ ମୋଦୀଙ୍କ ବାରମ୍ବାର ଗସ୍ତ କେବଳ ଭୁବନେଶ୍ୱର ନୁହେଁ । ବରଂ ପୂରା ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ବୋଲି ଆଶା ରଖିଛି ବିଜେପି । ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ପୂର୍ବାହ୍ଣରେ କନ୍ଧମାଳ ଓ ବଲାଙ୍ଗୀର ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ସେହିପରି ଅପରାହ୍ଣରେ ବରଗଡ଼ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ଓଡ଼ିଶା ପୁଲିସ ଓ ଏସପିଜି ।

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଁଚିବା ଠାରୁ ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ରହିବ ସୁରକ୍ଷା ବ୍ୟବସ୍ଥା । ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତନୟ କରାଯାଇଛି । ଏଥି ସହିତ ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ରହିଛନ୍ତି । ୩ଟି ଆଂଟି ଟେରର୍ ଗ୍ରୁପ୍ଳ ସପିଂ ମଲ୍ ଓ ବଡ଼ବଡ଼ କୋଠାରେ ବନ୍ଧୁକଧାରୀ ପୁଲିସ ଜଗିବେ । ଡଗ୍ ସ୍କ୍ୱାଡ୍ ଓ ବମ୍ ସ୍କ୍ୱାଡ୍ ପଇଁତରା ମାରିବେ । ବ୍ଲୁ-ବୁକ୍ ଅନୁସାରେ ସୁରକ୍ଷା ଦାୟିତ୍ୱରେ ଏସ୍ପିଜି ସହ କମିସନରେଟ୍ ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking