29.1 C
Bhubaneswar
Saturday, July 27, 2024
Homeଓଡିଶାମାଗଣା ବିଜୁଳି ଗ୍ୟାରେଣ୍ଟି କରେଣ୍ଟ ବିଜେପିକୁ ଜୋରରେ ଲାଗିଛି: ବିଜେଡି

ମାଗଣା ବିଜୁଳି ଗ୍ୟାରେଣ୍ଟି କରେଣ୍ଟ ବିଜେପିକୁ ଜୋରରେ ଲାଗିଛି: ବିଜେଡି

 ବିଚଳିତ ହୋଇ ମନଗଢା କଥା କହୁଛି ବିଜେପି
 ନିଜ ଦଳ ସରକାର ବିରୁଦ୍ଧରେ ତଦନ୍ତ ଦାବି କଲେଣି ବିଜେପି ନେତା
 ବିଜୁଳି ଯୋଗାଣ ସଂକ୍ରାନ୍ତରେ ଧରାପଡିଛି ବିଜେପିର ମିଛ
 କେଉଁ ରାଜ୍ୟକୁ କେତେ ଦରରେ କେତେ ବିଜୁଳି ମିଳିବ ତାହା କେନ୍ଦ୍ର ସ୍ଥିର କରେ
 ଓଡିଶାର ବିଜୁଳି ଦର ଅନ୍ୟ ବହୁ ରାଜ୍ୟ ତୁଳନାରେ ଶସ୍ତା
ଭୁୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶା ବିଜେପି ଭଲ ଭାବେ ଜାଣିସାରିଲାଣି ଯେ ସେମାନେ ଶୋଚନୀୟ ପରାଜୟକୁ ସାମ୍ନା କରୁଛନ୍ତି, ଆଉ ବିଜେଡି ୯୦% ଆସନରେ ବାଜିମାତ୍ କରିବାକୁ ଯାଉଛି । ଏହା ସେମାନଙ୍କ ମନୋବଳକୁ ଭାଙ୍ଗି ଦେଇଛି । ଯେଉଁଥିପାଇଁ ସେମାନେ ଅଭ୍ୟାସଗତ ଭାବେ ମିଛ କହିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ।
ଶ୍ରୀ ବକ୍ସିପାତ୍ର ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ମାଗଣା ବିଜୁଳି ସଂକ୍ରାନ୍ତରେ ଆମ ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ଭାବେ କୁହାଯାଇଛି, ୯୦% ଓଡିଶାବାସୀ ଏହି ମାଗଣା ବିଜୁଳି ପାଇବେ । ସାଢେ ୪ କୋଟି ଓଡିଶାବାସୀ ଜାଣିଛନ୍ତି, ନବୀନ ବାବୁଙ୍କ ଗ୍ୟାରେଣ୍ଟି ସବୁ ଶତ ପ୍ରତିଶତ ପାଳନ ହେବ । ଏହି ମାଗଣା ବିଜୁଳି ଘୋଷଣା ଶୁଣିବା ପରେ ସେମାନଙ୍କ ଶରୀରରେ ଏତେ ଜୋରରେ କରେଌକ୍ଷଗ୍ଧ; ଲାଗିଛି ଏବଂ ସେମାନେ ସଂପୂର୍ଣ୍ଣ ବିଚଳିତ ହୋଇଯାଇଛନ୍ତି ଓ ମନଇଛା କଥା କହିବା ଆରମ୍ଭ କରିଛନ୍ତି ।
ବିଜୁଳି ଯୋଗାଣ ସଂକ୍ରାନ୍ତରେ ମଧ୍ୟ ସେମାନଙ୍କର ମିଛ ଧରାପଡିଛି । ଓଡିଶା ବିଜୁଳି ଉତ୍ପାଦନ କରିବା ପରେ, କେଉଁ ରାଜ୍ୟକୁ କେତେ ବିଜୁଳି ଯୋଗାଣ କରାଯିବ ଏବଂ କେତେ ଦରରେ କରାଯିବ, ଏହା କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥାନ୍ତି । ଅନ୍ୟ ରାଜ୍ୟକୁ ବିଜୁଳି ଯୋଗାଇବାକୁ ଚାପ ସବୁବେଳେ କେନ୍ଦ୍ର ସରକାର ପକାଇଥାନ୍ତି । ବିଜେପି ଶାସିତ ବିହାର, ଉତ୍ତରପ୍ରଦେଶ ତୁଳନାରେ ଓଡିଶାର ବିଜୁଳି ଦର ବହୁତ ଶସ୍ତା । ଏସବୁ ରାଜ୍ୟରେ ଓଡିଶା ତୁଳନାରେ ବିଜୁଳି ଦର ଦୁଇଗୁଣା ଅଧିକ । ରାଜସ୍ଥାନରେ ବିଜୁଳି ଦର ଓଡିଶା ତୁଳନାରେ ୭୫ ପ୍ରତିଶତ ଅଧିକ ।
ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ଶୁଣି ଲାଗିଲା, କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରୁଛନ୍ତି ବୋଲି ସେ କହିବାକୁ ଚାହୁଁଛନ୍ତି । ଆମେ ଶୁଣୁଥିଲୁ, ଚଳିତ ନିର୍ବାଚନରେ ଟିକେଟ ମିଳିଲା ନାହିଁ ବୋଲି ସେ ରାଗରେ ଥିଲେ । ଲାଗୁଛି ସେ ଏତେ ରାଗରେ ଅଛନ୍ତି ଯେ, ନିଜ ଦଳର ସରକାର ବିରୋଧରେ ତଦନ୍ତ କରିବାକୁ ଦାବି କରୁଛନ୍ତି । ତଦନ୍ତ ହେଉ, ସବୁ ସତ ପଦାକୁ ଆସିଯିବ । ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ଏମିତି ଲାଗିଛି ଯେ, ସେ ନିଜେ କଣ କହୁଛନ୍ତି ଜାଣିପାରୁନାହାନ୍ତି । ସେଥିପାଇଁ ନିଜ ସରକାର ବିରୋଧରେ ତଦନ୍ତ ଦାବି କରୁଥିବା ଶ୍ରୀ ବକ୍ସିପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking