28.1 C
Bhubaneswar
Tuesday, May 21, 2024
Homeଓଡିଶାରୋଡ ସୋ’ରେ ବାହାରିଲେ ମୋଦୀ

ରୋଡ ସୋ’ରେ ବାହାରିଲେ ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତୀକ୍ଷିତ ରୋଡ ସୋ’ ଭୁବନେଶ୍ବରରେ ଆରମ୍ଭ ହୋଇଯାଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କ ଦ୍ବାରା ସ୍ବାଗତ ପରେ ପ୍ରଧାନମନ୍ତ୍ରୀ ବାଣୀବିହାର ଅଭିମୁଖେ ‌ରୋଡ ସୋ’ରେ ବାହାରିଛନ୍ତି। ଜନପଥ ଲୋକାରଣ୍ୟରେ ପରିଣତ ହୋଇସାରିଛି। ମୋଦୀଙ୍କ ରୋଡ୍‌ ସୋ’ ‌ପାଇଁ କେବଳ ଭୁବନେଶ୍ବରବାସୀ ନୁହଁନ୍ତି।

ବରଂ ବହୁ ଦୂରଦୂରାନ୍ତରୁ କର୍ମୀ ଓ ପ୍ରଶଂସକମାନେ ଜନପଥରେ ଗହଳି ଲଗାଇଛନ୍ତି। ଲୋକେ ପ୍ରାୟ ୬ ଘଣ୍ଟା ହେଲା ଜନପଥରେ ପହଞ୍ଚି ସାରିଛନ୍ତି। ଓଡ଼ିଶାର କଳା ଜନପଥରେ ଦେଖାଯାଇଛି। ଗୀତ, ନାଚ, ବାଦ୍ୟର ତାଳେତାଳେ ମୋଦୀଙ୍କୁ ସ୍ବାଗତ କରାଯିବା ପାଇଁ ପ୍ରସ୍ତୁତି ହୋଇଛି। ବିମାନବନ୍ଦର ଠାରୁ ମୋଦୀ ଯେଉଁ ରାସ୍ତାରେ ଯିବେ ସବୁଠି ବିଜେପିର ପତାକା ଉଡୁଛି। ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ରହିଛି ୧୨ଟି ମଂଚ ପ୍ରସ୍ତୁତ କରାଯାଇଛି, ଯେଉଁଠି ମୋଦୀ ଓ ଓଡ଼ିଶାର ବିଭିନ୍ନ ପ୍ରତିକୃତି ପ୍ରଦର୍ଶନ କରାଯାଇଛି। ବିଜେପି ଶିବିରରେ ପୂରା ଉତ୍ସାହ ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking