25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶସହି ପାରିଲେନି ସହ କଳାକାରଙ୍କ ମୃତ୍ୟୁ: ଜୀବନ ହାରିଲେ ତେଲୁଗୁ ଅଭିନେତା ଚନ୍ଦ୍ରକାନ୍ତ

ସହି ପାରିଲେନି ସହ କଳାକାରଙ୍କ ମୃତ୍ୟୁ: ଜୀବନ ହାରିଲେ ତେଲୁଗୁ ଅଭିନେତା ଚନ୍ଦ୍ରକାନ୍ତ

ହାଇଦ୍ରାବାଦ: ସହି ପାରିଲେନି ସହ କଳାକାରଙ୍କ ମୃତ୍ୟୁ । ଜୀବନ ହାରିଲେ ତେଲୁଗୁ ଅଭିନେତା । ଆଉ ନାହାନ୍ତି ଚନ୍ଦ୍ରକାନ୍ତ । ଶୁକ୍ରବାର ଦିନ ଅଭିନେତା ଜଣକ ତେଲେଙ୍ଗାନାର ଅଳକାପୁର ସ୍ଥିତ ନିଜ ବାସଭବନରେ ପ୍ରାଣ ହାରିଥିବା ଜଣାପଡିଛି । ତେବେ ସାଥି କଳାକାର ତଥା ବନ୍ଧୁ ପବିତ୍ରା ଜୟରାମଙ୍କ ମୃତ୍ୟୁର କିଛି ଦିନ ପରେ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହା ପଛର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସହ କଳାକାରଙ୍କ ମୃତ୍ୟୁକୁ ସହିପାରିଲେନି ବୋଲି ଚର୍ଚ୍ଚା ହେଉଛି । ଏକ କାର୍ ଦୁର୍ଘଟଣାରେ ପବିତ୍ରାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସର ସୂଚନା ଅନୁସାରେ, ଚନ୍ଦ୍ରକାନ୍ତ କିଛି ଦିନ ହେବ ଅବସାଦରେ ରହିଥିବା ନେଇ ତାଙ୍କ ବାପା ସ୍ପଷ୍ଟ କରିଛନ୍ତି । ପବିତ୍ରା ଜୟରାମଙ୍କ ମୃତ୍ୟୁକୁ ସହିପାରି ନଥିଲେ ଚନ୍ଦ୍ରକାନ୍ତ । ସେ ତାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଥିଲେ । କୋ ଷ୍ଟାର ତ୍ରିନୟନୀଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ମଧ୍ୟ କରିଥିଲେ । ଇନଷ୍ଟାଗ୍ରାମରେ ତାଙ୍କର ଶେଷ ପୋଷ୍ଟ ମଧ୍ୟ ପବିତ୍ରାଙ୍କ ପାଇଁ ରହିଥିଲା । ତେବେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ରହିଥିବା ମଧ୍ୟ ଜଣାପଡିଛି।

ସେ ଏକ ପୋଷ୍ଟରେ ଦୁହଁଙ୍କ ଫଟୋ ସହିତ ଦୁଃଖ ଇମୋଜି କରି ଲେଖିଥିଲେ, ପାପା ମୋତେ ଛାଡି ଚାଲିଗଲ । ଏହାକୁ ସହଜରେ ମୁଁ ଗ୍ରହଣ କରିପାରୁ ନାହିଁ । ମୋ ପାଭି ଆଉ ଏହି ଦୁନିଆରେ ନାହିଁ । ପ୍ଲିଜ ମୋ ପାଖକୁ ଫେରି ଆସ । ଏହା ଆମର ଶେଷ ଫଟୋ ଥିଲା । ତୁମେ ବର୍ତ୍ତମାନ ମୋତେ ଏକା ଛାଡି ଚାଲିଗଲ, ମୁଁ ଏହାକୁ ସହ୍ୟ କରିପାରୁ ନାହିଁ । ପୁଣି ଥରେ ମୋ ପାଖକୁ ଫେରି ଆସି ମୋତେ ପୁଣି ଡାକିଦିଏ । ଅନ୍ୟପଟେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ରଖିଥିଲେ । ସେ ଲେଖିଥିଲେ, ପାପା ପ୍ଲିଜ ମୋ ପାଖକୁ ଫେରି ଆସ । ମୁଁ ସହ୍ୟ କରିପାରୁ ନାହିଁ । ମୋ ପାଖକୁ ଫେରି ଆସି ମୋ ଲୁହ ପୋଛିଦିଅ । ତେବେ ପବିତ୍ରାଙ୍କ ମୃତ୍ୟୁର କିଛି ଦିନ ପରେ ହିଁ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଗତ କିଛି ଦିନ ମଧ୍ୟରେ ଦୁଇ କଳାକାରଙ୍କ ଦେହାନ୍ତ ଖବର ସମଗ୍ର ତେଲୁଗୁ ଇଣ୍ଡଷ୍ଟ୍ରିରେ ଦୁଃଖର ଛାୟା ଖେଳିଯାଇଛି । ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking